ଟ୍ରାଫିକ୍‌ ପୁଲିସର ଚାଲାଣ ଓ ଟୋଲ ଟ୍ୟାକ୍ସ ନ ଦେବା ପାଇଁ ଏପି ମୁଖ୍ୟମନ୍ତ୍ରୀଙ୍କ ନମ୍ବର ପ୍ଲେଟ ବ୍ୟବହାର କରୁଥିଲା ଯୁବକ-ପୁଲିସ ଜବତ କଲା କାର୍‌

Published By : Prameya-News7 Bureau | October 23, 2019 IST

ହାଇଦ୍ରାବାଦ ୨୩।୧୦ - ଟୋଲ ଟ୍ୟାକ୍ସ ନ ଦେବା ପାଇଁ ଏକ ଅଭିନବ ଉପାୟ ବାହାର କରିଥିଲେ ଯୁବକ । ହେଲେ ଏବେ ପୁଲିସ କାର୍‌ ଜବତ କରି ନେଇଛି । ଏହି ଘଟଣା ହାଇଦ୍ରାବାଦରେ ଘଟିଛି । ଅକ୍ଟୋବର ୧୯ ତାରିଖ ରାତିରେ ପୁଲିସ ଏକ କାର୍‌କୁ ଜବତ କରିଥିଲା । ଏହା କାର୍‌ ଆଗର ଏପି ସିଏମ୍‌ ଜଗନ ରେଡ୍ଡି ବା ଏପି ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ବୋଲି ଉଲ୍ଲେଖ ଥିଲା ।

ପୁଲିସର ସୂଚନା ଅନୁସାରେ କାର୍‌ଟି ପୂର୍ବ ଗୋଦାବରୀ ଜିଲ୍ଲାରେ ରହୁଥିବା ହରି ରାକେଶ ନାମକ ଯୁବକଙ୍କର । କାର୍‌ ଆଗ ଓ ପଛ ପଟେ ନମ୍ବର ପ୍ଲେଟ ନଥିଲା। ସେଥିରେ ଏପି ସିଏମ୍‌ ଜଗନ ରେଡ୍ଡି ବୋଲି ଉଲ୍ଲେଖ ଥିଲା । ଏହାକୁ ଦେଇ ପୁଲିସ ଅଧିକାରୀ ବି ଆଚମ୍ବିତ ହୋଇଥିଲେ ।

ଟ୍ରାଫିକ ନିୟମ ଅନୁସାରେ ନମ୍ବର ପ୍ଲେଟ ଉପରେ ଗାଡିର ନମ୍ବର ବିନା ଅନ୍ୟ କିଛି ଲେଖିପାରିବେ ନାହିଁ । ଏଥିରେ କାହାର ନାମ ଉଲ୍ଲେଖ କରିପାରିବେ ନାହିଁ । ସମସ୍ତ ଅକ୍ଷର ଇଂରାଜିରେ ହେବା ଦରକାର ପ୍ରଥମ ପ୍ରଥମେ ରାଜ୍ୟର ପଞ୍ଜି କରଣ କୋଡ୍‌ ରହିବା ଆବଶ୍ୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.