Wednesday, August 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦିଲ୍ଲୀ ଏୟାରପୋର୍ଟରେ ଯୁବତୀଙ୍କୁ ନିଜ ପତ୍ନୀ କହି ଟରଣ୍ଟୋ ନେଇ ଯାଉଥିଲା ଯୁବକ : ତା’ପରେ କ’ଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ ୧୫/୫: ଜଣେ ଯୁବତୀଙ୍କୁ ନିଜର ପତ୍ନୀ କହି ବିଦେଶକୁ ନେଇ ଯାଉଥିବା  ଜଣେ ଯୁବକଙ୍କ ଉଦ୍ୟମକୁ ସୁରକ୍ଷା ଏଜେନ୍ସି ବିଫଳ କରିଛି। ଏହି ଘଟଣାଟି ଘଟିଛି ଦିଲ୍ଲୀର ଇନ୍ଦିରାଗାନ୍ଧୀ ଆନ୍ତର୍ଜାତୀୟ ଏୟାରପୋର୍ଟରେ। ଏଠାରେ ଜଣେ ଯୁବକ ନକଲି ପାସପୋର୍ଟ ଜରିଆରେ ଜଣେ ଯୁବତୀଙ୍କୁ ଟରଣ୍ଟୋ ନେଇ ଯିବାକୁ ଉଦ୍ୟମ କରିଥିଲା। ଆଇଜିଆଇ ଏୟାରପୋର୍ଟ ପୋଲିସ୍ ଅଭିଯୁକ୍ତ ଯୁବକ ଏବଂ ଯୁବତୀଙ୍କୁ ଗିରଫ କରି ଥାନାକୁ ପଠାଇ ଦେଇଛି। ଅଭିଯୁକ୍ତ ଯୁବକଙ୍କ ନାଁ ମନଦୀପ ସିଂହ ଏବଂ ଯୁବତୀଙ୍କ ନାଁ ରମଣଦୀପ କୈାର। ସେମାନଙ୍କ ପାଖରୁ ନକଲି ଭାରତୀୟ ପାସପୋର୍ଟ ଜବତ କରାଯାଇଛି। ଆଇଜିଆଇ ଏୟାରପୋର୍ଟ ପୋଲିସ୍ ଏହି ମାମଲାକୁ ମାନବ ଚାଲାଣ ସହ ଯୋଡ଼ୁଅଛି।

ଏୟାରପୋର୍ଟର ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ଅନୁସାରେ,ଅଭିଯୁକ୍ତ ମନଦୀପ ସିଂହ ଏବଂ ରମଣଦୀପ କୈାର ଏୟାର କାନାଡ଼ା ଏୟାରଲାଇନ୍ସର ଫ୍ଲାଇଟ୍ ଏସି-୦୪୩ରୁ ଟରଣ୍ଟୋ ଯାଇଥାନ୍ତେ। ଏହି ଯୁବକ ଏବଂ ଯୁବତୀ ଗତ ସୋମବାର ରାତି ପାଖାପାଖି ୧୧ଟାବେଳେ ଆଇଜିଆଇ ଏୟାରପୋର୍ଟର ଟର୍ମିନାଲ-ଥ୍ରୀ ପହଞ୍ଚିଥିଲେ। ଏୟାରଲାଇନ୍ସର କାଉଣ୍ଟରରେ ଚେକିଙ୍ଗ୍ ପ୍ରକ୍ରିୟା ସମୟରେ ମନଦୀପ ସିଂହ,ରମଣଦୀପ କୈାରଙ୍କୁ ନିଜ ସ୍ତ୍ରୀ ଗଗନଦୀପ କୈାର ବୋଲି କହିଥିଲେ। ପାସପୋର୍ଟର ଯାଞ୍ଚ ସମୟରେ ଏୟାରଲାଇନ୍ସର ସିକ୍ୟୁରିଟି ଷ୍ଟାଫଙ୍କୁ ସନ୍ଦେହ ହୋଇଥିଲା। ସେ ତତକ୍ଷଣାତ୍ ଏହି ସୂଚନା ଇମିଗ୍ରେସନ୍ ଅଧିକାରୀଙ୍କୁ ଦେଇଥିଲେ।

ଏୟାର କାନାଡ଼ାର ସିକ୍ୟୁରିଟି ଷ୍ଟାଫର ସୂଚନା ପାଇ ଇମିଗ୍ରେସନ୍ ଅଧିକାରୀ ଯୁବତୀଙ୍କ ପାସପୋର୍ଟର ଯାଞ୍ଚ କରିଥିଲେ। ଏଥିରେ ପାସପୋର୍ଟ ନକଲି ଥିବା ଜଣା ପଡ଼ିଥିଲା। ଏହାପରେ ଇମିଗ୍ରେସନ୍ ଅଧିକାରୀ ଯୁବକ ଏବଂ ଯୁବତୀଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରି ଦିଲ୍ଲୀ ଏୟାରପୋର୍ଟ ପୋଲିସଙ୍କୁ ସୂଚନା ଦେଇଥିଲେ। ପୋଲିସ୍ ସେମାନଙ୍କୁ ପଚରାଉଚୁରା କରିବାବେଳେ ମନଦୀପ ତାଙ୍କ ଦୋଷ ମାନିଥିଲେ। ସେ କହିଥିଲେ ଯେ ସେ ନକଲି ପାସପୋର୍ଟ ଜରିଆରେ ରମଣଦୀପଙ୍କୁ ଟରଣ୍ଟୋ ନେଇ ଯିବାକୁ ଉଦ୍ୟମ କରୁଥିଲେ। ଏହି କାମ ପାଇଁ ସେ ରମଣଦୀପଙ୍କଠୁ ମୋଟା ଟଙ୍କା ନେଇଥିଲେ। ମନଦୀପ ସିଂହ ଦୋଷ ମାନିବା ପରେ ପୋଲିସ୍ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା।।

236 Views

   ସମ୍ବନ୍ଧିତ ଖବର