Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ଯବାନଙ୍କ ପ୍ରତି ସମ୍ମାନବୋଧ ଜାଗ୍ରତ କରିବା ପାଇଁ ସାଇକଲରେ ସମଗ୍ର ଦେଶ ଭ୍ରମଣ କରୁଛନ୍ତି ଯୁବକ

13/02/2019 at 6:04 PM

ବଲାଙ୍ଗିର ୧୩|୧: ଯବାନ ଜଣେ ରାତି ଉଜାଗର ରହିଲେ ଆମେ ଶାନ୍ତିରେ ଶୋଉ । ସୀମାରେ ସବୁବେଳେ ଜାଗ୍ରତ ରହୁଥିବା ଯବାନଟିଏ ନିଶ୍ଚିତ ସମ୍ମାନର ହକ୍‌ଦାର । ଏଇ କଥା ଦେଶର ପ୍ରତିଟି ଜନସାଧାରଣଙ୍କ ପାଖରେ ପହଞ୍ଚାଇବାକୁ ସାଇକେଲ୍‌ରେ ଦେଶ ଭ୍ରମଣ କରୁଛନ୍ତି ଦିଲ୍ଲୀର ଆବତାଫ ଫରିଦି ନାମକ ଜଣେ ଯୁବକ । ଏହି ଅବସରରେ ସେ ବଲାଙ୍ଗିରରେ ପହଞ୍ଚିଛନ୍ତି ।

ସାଇକେଲ୍‌ରେ ଲାଗିଛି ତ୍ରିରଙ୍ଗା ।ଦୁଇ ପାଖରେ ନିଜ ନିତ୍ୟ ବ୍ୟବହାର  ସାମଗ୍ରୀ ବନ୍ଧା ହୋଇ ରହିଛି । ପୋଷାକ, ଜୋତା, ହେଲେମେଟ୍ ସବୁ ପିନ୍ଧି ନିଜ ସାଇକେଲ୍‌ ରେ ଆଗକୁ ଆଗକୁ ମାଡ଼ିଚାଲିଛନ୍ତି ଯୁବକ ଜଣକ । ଦିନ ରାତି କିଛି ଫରକ ପଡ଼ୁନି । ଗୋଟିଏ ପରେ ଗୋଟିଏ ରାଜ୍ୟ ବୁଲୁଛନ୍ତି ଦିଲ୍ଲୀର ଆବତାଫ । ଦେଶର ସୁରକ୍ଷାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଉଥିବା ଯବାନଙ୍କୁ ସମ୍ମାନ ଦେବାକୁ ଲୋକଙ୍କୁ କରାଉଛନ୍ତି ସଚେତନ ।

ଗତ ବର୍ଷ ଅଗଷ୍ଟ ୨୬ରେ  ଦିଲ୍ଳୀରୁ ବାହାରି ଥିଲେ ଆବତାଫ । ଏ ଭିତରେ  ୧୫ ଟି ରାଜ୍ୟ ଭ୍ରମଣ କରିସାରିଛନ୍ତି ସେ । ଓଡିଶାର ୧୬ ଟି ଜିଲ୍ଲା ଅତିକ୍ରମ କରି ବଲାଙ୍ଗିରରେ ପହଞ୍ଚିଥିଲେ ଆବତାଫ । ମହତ ଉଦ୍ଦେଶ୍ୟରେ ବାହାରିଥିବା ଏଇ ଯୁବକଙ୍କୁ ବଲାଙ୍ଗିରରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ଦେଶକୁ ସମ୍ମାନ ଯବାନଙ୍କୁ ସମ୍ମାନ ବାର୍ତ୍ତା ନେଇ ସାଇକେଲ୍‌ରେ ସାରା ଦେଶ ଭ୍ରମଣ କରୁଥିବା ଆବତାଫଙ୍କ ଉଦ୍ୟମ ସତରେ ପ୍ରଶଂସନୀୟ  ।

   Related Posts