Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ସନ୍ଧ୍ୟାରେ ଦିଲ୍ଲୀ ପହଞ୍ଚିବ ସିଡିଏସ୍ ବିପିନ ରାୱତଙ୍କ ମରଶରୀର, ମୋଦୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ଦେବେ ଶ୍ରଦ୍ଧାଞ୍ଜଳୀ
  • ||
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||

ନାଭି ଅଫିସରଙ୍କ ପତ୍ନୀଙ୍କୁ ଭିଡିଓ କଲ୍ କରି ଯୁବକ ହୋଇଗଲେ ନିର୍ବସ୍ତ୍ର, ତାପରେ…

19/08/2019 at 12:00 PM

ମୁମ୍ବାଇ ୧୯|୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଜଣେ ନାଭି ଅଫିସରଙ୍କ ପତ୍ନୀଙ୍କ ସହ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣଙ୍କ ନାଭି ଅଫିସରଙ୍କ ପତ୍ନୀଙ୍କୁ ଭିଡିଓ କଲ୍ କରିବା ସହ ଅଶ୍ଳୀଳ ଆଚରଣ ମଧ୍ୟ କରୁଥିଲେ । ଫଳରେ ମହିଳା ଜଣଙ୍କ ଡରିଯାଇ ସ୍ବାମୀଙ୍କୁ ଏ ଘଟଣା ସଂପର୍କରେ ଜଣାଇଥିଲେ । ନାଭି ଅଫିସରଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ଯୁବକ ନାଭି ଅଫିସରଙ୍କ ପତ୍ନୀଙ୍କୁ ଭିଡିଓ କଲ୍ କରି ନିଜ ପୋଷାକ ଖୋଲିଥିଲେ । ଅଭିଯୁକ୍ତ ଜଣଙ୍କ ନିର୍ବସ୍ତ୍ର ହୋଇଯାଇଥିଲେ । ଏହା ଦେଖି ମହିଳା ଜଣଙ୍କ ଡରିଯାଇଥିଲେ । ମହିଳା ଜଣଙ୍କ ସମସ୍ତ ଘଟଣା ନିଜ ସ୍ବାମୀଙ୍କ ନିକଟରେ କରିଥିଲେ । ପୀଡିତା ମହିଳା ଜଣଙ୍କ ନିଜ ସ୍ବାମୀଙ୍କ ସହ ପୋଲିସ ଷ୍ଟେସନ ଯାଇ ମାମଲା ଦାଏର କରିଥିଲେ ।

ଅଭିଯୋଗ ପରେ ପୋଲିସ ଘଟଣାକୁ ରମ୍ଭୀରତାର ସହ ନେଇ ଯାଞ୍ଚ କରିଥିଲା । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ରବିକାନ୍ତ ତିଓ୍ବାରୀ । ପୋଲିସ ଅଭିଯୁକ୍ତ ରବିକାନ୍ତଙ୍କୁ ଗିରଫ କରିଛି । ମହିଳାଙ୍କ ମର୍ଯ୍ୟଦା ହାନି କରିବା ସହ ଭିଡିଓ କଲ୍ କରି ଅଶ୍ଳୀଳ ଆଚରଣ କରିବା ଅଭିଯୋଗରେ ତାଙ୍କୁ ପୋଲିସ ଗିରଫ କରିଛି । ତାଙ୍କ ନିକଟରୁ ଦୁଇଟି ମୋବାଇଲ୍ ମଧ୍ୟ ପୋଲିସ ଜବତ କରିଛି । ଫୋନ୍ କୁ କେତେକ ଅଶ୍ଳୀଳ ଫିଲ୍ମ ମଧ୍ୟ ମିଳିଛି ।

ପ୍ରାଥମିକ ତଦନ୍ତ ବେଳେ ଜଣାପଡିଛି ଯେ, ଯେଉଁ ନମ୍ବରରୁ ଅଭିଯୁକ୍ତ ଜଣଙ୍କ ମହିଳାଙ୍କୁ ଭିଡିଓ କଲ୍ କରିଥିଲେ ସେହି ନମ୍ବରଟି ଛବି ରାଠୋର ନାମକ ଜଣେ ମହିଳାଙ୍କ ନାମରେ ପଞ୍ଜୀକୃତ ରହିଛି । ପୀଡିତା ମହିଳାଙ୍କ ନମ୍ବର ଅଭିଯୁକ୍ତ ଜଣଙ୍କ କିଭଳି ପାଇଲେ ତାର ତଦନ୍ତ ପୋଲିସ ଜାରି ରଖିଛି ।

   Related Posts