ଲଜ୍ଜା: ନିଜ ମାଆଙ୍କ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଯୁବକ ଗିରଫ

Published By : Prameya-News7 Bureau | December 06, 2018 IST

ରାୟପୁର ୬/୧୨: ଆରଙ୍ଗ ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମନାକୁ ଆସିଛି। ଜଣେ ଯୁବକ ନିଜ ମାଆ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରି ଗିରଫ ହୋଇଛି। ପ୍ରଥମେ ଲୋକଲଜ୍ଜା ପାଇଁ ଯୁବକର ମାଆ ଚୁପ୍ ଥିଲେ । କିନ୍ତୁ ଯୁବକ ଜଣକ ମାଡ଼ପିଟ ମାମଲାରେ ଜେଲ ଯାଇ ମୁକୁଲିବା ପରେ ମାଆଙ୍କୁ ହତ୍ୟା ଧମକ ଦେଇଥିଲା । ଫଳରେ ତା ମା ଆଉ ଚୁପ୍ ନରହି ପୋଲିସ୍ ଥାନାକୁ ଯାଇ ପୁଅ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ । ଫଳରେ ଗୁରୁବାର ଦିନ ଅଭିଯୁକ୍ତକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ଆରଙ୍ଗ ଥାନା ଅନ୍ତର୍ଗତ ମୋଖଲା ଗ୍ରାମରେ ରହୁଥିବା ୬୫ବର୍ଷ ବୟସ୍କା ବୃଦ୍ଧାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଯାଇଥିଲା। ନଭେମ୍ବର ୧୪ତାରିଖ ରାତିରେ ମହିଳାଙ୍କ ୩୧ବର୍ଷ ବୟସ୍କ ପୁଅ ମଦ ନିଶାରେ ମାଆଙ୍କ ସହ ପ୍ରଥମେ ମାଡ଼ପିଟ କରି ଦୁଷ୍କର୍ମ ଉଦ୍ୟମ କରିଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ଆସି ମହିଳାଙ୍କୁ ବଞ୍ଚାଇଥିଲେ ଏବଂ ପୋଲିସଙ୍କୁ ଖବର ଦେଇଥିଲେ। ପୋଲିସ ମହିଳାଙ୍କ ଅଭିଯୋଗ ଶୁଣି ତାଙ୍କ ପୁଅକୁ ଗିରଫ କରିଥିଲେ। ଏହା ପରେ ଡିସେମ୍ବର ୪ତାରିଖରେ ଅଭିଯୁକ୍ତ ଜେଲରୁ ମୁକୁଳି ନିଜ ମାଆଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏହା ପରେ ବୃଦ୍ଧା ମାଆ ଥାନା ପହଞ୍ଚି ପୋଲିସକୁ ସବୁ କଥା କହିଥିଲେ। ଏହା ଆଗରୁ ଅଭିଯୁକ୍ତ ଜଣକ ୬ବର୍ଷର ଶିଶୁକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ୧୦ବର୍ଷ ଜେଲ୍ ଦଣ୍ଡ ଭୋଗିଥିଲା। ଏପ୍ରିଲ୍ ମାସରେ ଜେଲରୁ ମୁକୁଳିଥିଲା। ଜେଲରୁ ମୁକୁଳିବା ପରେ କିଛି ଦିନ ଯାଏଁ ଠିକ୍ ଥିଲା କିନ୍ତୁ ଏହା ପରେ ନିଜ ମାଆକୁ ଆଗାମୀ ଶିକାର କରିବାକୁ ଯୋଜନା କରିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.