Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଫେବୃଆରୀ ୨୯ରେ ଆଉ ଏକ ଫାଶୀ, ଦଣ୍ଡ ଭୋଗିବ ୩ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଯୁବକ

31/01/2020 at 1:16 PM

ସୁରଟ ୩୧।୧: ତିନି ବର୍ଷର ନାବାଳିକା ସହ ଦୁଷ୍କର୍ମ ପରେ ହତ୍ୟା କରିଥିବା ୨୨ ବର୍ଷ ବୟସ୍କ ଯୁବକଙ୍କୁ ଆସନ୍ତା ୨୯ ତାରିଖରେ ଫାଶୀ ଦିଆଯିବ । ସୁରତର ଏକ ସ୍ଥାନୀୟ କୋର୍ଟ ଅକ୍ଟୋବର ୨୦୧୮ରେ ହୋଇଥିବା ଏହି ମାମଲାର ଅଭିଯୁକ୍ତ ଯୁବକକୁ ଦୋଷୀ ସାବ୍ୟସ୍ତ କରି ଗୁରୁବାର ଦିନ ଡେଥ୍ ଓ୍ବାରେଣ୍ଟ ଜାରି କରିଛନ୍ତି । ଅଭିଯୁକ୍ତ ହେଉଛି ବିହାରର ଅନୀଲ ଯାଦବ । ସରକାରୀ ଓକିଲ କହିଛନ୍ତି ଯେ, ସ୍ବତନ୍ତ୍ରର କୋର୍ଟର ବିଚାରପତି ଅଭିଯୁକ୍ତ ଅନିଲ ଯାଦବର ମୃତ୍ୟୁ ନହେବା ପର୍ଯ୍ୟନ୍ତ ତାକୁ ଫାଶୀ ଖୁଣ୍ଟରେ ଝୁଲାଇ ରଖିବାକୁ ଡେଥ୍ ଓ୍ବାରେଣ୍ଟ ଜାରି କରିଛନ୍ତି ।

କୋର୍ଟ ଏହି ମାମଲାରେ ଅନୀଲକୁ ଦୋଷୀ ସାବ୍ୟସ୍ତ କରି ପୋକ୍ସୋ ଆକ୍ଟ ଆଧାରରେ ମୃତ୍ୟୁଦଣ୍ଡ ଦେଇଥିଲେ । ଡେଥ୍ ଓ୍ବାରେଣ୍ଟକୁ ବିରୋଧ କରି କରାଯାଇଥିବା ଅପିଲକୁ ଗୁଜୁରାଟ ହାଇକୋର୍ଟ ଡିସେମ୍ବର ୨୭ତାରିଖରେ ଖାରଜ କରିଦେଇଥିଲା । ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି ଅଭିଯୁକ୍ତ ଅନୀଲ ଏପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ କୌଣସି ଆବେଦନ କରିନାହିଁ ।

ସୂଚନାଯୋଗ୍ୟ ଯେ, ସୁରଟ ସହରର ଗୋଦାଦାରା ଅଞ୍ଚଳରେ ତିନି ବର୍ଷର ଶିଶୁ କନ୍ୟା ୨୦୧୮ ମସିହା ଅକ୍ଟୋବର ୧୪ ତାରିଖ ରାତିରେ ନିଜ ଘରୁ ନିଖୋଜ ହୋଇଯାଇଥିଲା । ଘଟଣାର ଗୋଟିଏ ଦିନ ପରେ ପୋଲିସକୁ ଶିଶୁଟିର ଶବ ମିଳିଥିଲା । ଶିଶୁଟିର ମୃତଦେହ ସେ ରହୁଥିବା ବିଲ୍ଡିଂର ଏକ ବନ୍ଦ ଘରୁ ମିଳିଥିଲା । ସେହି ଘରଟି ବିହାରକୁ ଆସି ସୁରଟରେ ଶ୍ରମିକ ଭାବେ କାମ କରୁଥିବା ଅନୀଲ ଯାଦବର ଥିଲା । ଘଟଣା ପରେ ଯିଏକି ଫେରାର ହୋଇଯାଇଥିଲା । ଶିଶୁଟିର ମୃତଦେହ ମିଳିବାର ୫ଦିନ ପରେ ବିହାରର ବକ୍ସର ଜିଲ୍ଲାରେ ଥିବା ତା ଗାଁକୁ ଅନୀଲକୁ ଗିରଫ କରାଯାଇଥିଲା ।  

   Related Posts