ଦୋକାନୀଙ୍କ ଉପରକୁ ଗରମ ତେଲ ଢାଳିଦେଲେ ଗ୍ରାହକ
7/12/2018 at 12:29 PM

ନୟାଗଡ ୦୭|୧୨: ଦୋକାନୀଙ୍କ ଉପରକୁ ଗରମ ତେଲ ଢାଳିଦେଲେ ଗ୍ରାହକ । ନୟାଗଡ଼ ନବଆଗାଁ ଥାନା ବକଳବନ୍ଧ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଦୋକାନୀ ଜଣଙ୍କ ଗୁରୁତ ହୋଇଛନ୍ତି । ଗୁରୁତର ଦୋକାନୀ କୃଷ୍ଣଚନ୍ଦ୍ର ସାହୁଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ ଆଜି ସକାଳେ ଯୁଗଳ ବରାଡ ନାମକ ଜଣେ ଯୁବକ ଚା ପିଇବାକୁ କୃଷ୍ଣଚନ୍ଦ୍ରଙ୍କ ଦୋକାନକୁ ଆସିଥିଲେ । ହେଲେ ଚା ଦେବାରେ ବିଳମ୍ବ ହେବାରୁ ଉତ୍ତ୍ୟକ୍ତ ହୋଇ କୃଷ୍ଣଙ୍କୁ ମାଡପିଟ କରିଥିଲେ ସଂପୃକ୍ତ ଯୁବକ । ଏହା ପରେ ଚୂଲିରେ ବସିଥିବା ଗରମ ତେଲ କୃଷ୍ଣ ଉପରକୁ ଢାଳି ଦେଇଥିଲେ । ଫଳରେ ଦୋକାନୀ ଜଣଙ୍କ ଗୁରୁତର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ନୟାଗଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ନୟାଗଡ ପୋଲିସ ପହଞ୍ଚି ଅଭିଯୁକ୍ତ ଯୁଗଳଙ୍କୁ ଅଟକ ରଖିଛି ।