Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଯୁବକଙ୍କ ଆତଙ୍କରାଜ, ଆପାର୍ଟମେଣ୍ଟରେ ପଶି ଟେକା ମାଡ ସହ କଲେ ଭଙ୍ଗାରୁଜା

4/11/2021 at 10:06 AM

ଭୁବନେଶ୍ବର ୪।୧୧: ରାଜଧାନୀରେ ଯୁବକଙ୍କ ଆତଙ୍କରାଜ । ଆପାର୍ଟମେଣ୍ଟରେ ଟେକା ମାଡ କରିବା ସହ ଭଙ୍ଗାରୁଜା କରିଛନ୍ତି । ସହିଦନଗର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ସହିଦନଗର ଥାନା ବାଙ୍କୁଆଳ ସ୍ଥିତ ଏକ ଆପାର୍ଟମେଣ୍ଟରେ ଜଣେ ଯୁବକ ଆତଙ୍କରାଜ ଖେଳାଇଛନ୍ତି । ଟେକା ପଥର ମାଡ କରିବା ସହ ଭଙ୍ଗାରୁଜା ମଧ୍ୟ କରିଛନ୍ତି । ଏ ନେଇ ଆପାର୍ଟମେଣ୍ଟବାସୀ ସହିଦନଗର ଥାନାରେ ଏତଲା ଦେଇଛନ୍ତି । ଏତଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଯୁବକଙ୍କ ଏପରି କାଣ୍ଡ ପଛରେ କଣ କାରଣ ରହିଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।  

   Related Posts