Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ପ୍ରେମରେ ବିଫଳ ପରେ ପୋକମରା ଔଷଧ ଖାଇ ଜୀବନ ହାରିଲେ ଯୁବକ

18/07/2021 at 9:54 AM

କନ୍ଧମାଳ ୧୮/୭ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ବିରାଗାଡ଼ା ଗ୍ରାମରେ ଅଘଟଣ । କୋବି ପୋକମରା (କୀଟନାଶକ) ଔଷଧ ଖାଇ ଜଣେ ଯୁବକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଯୁବକ ଜଣକ ହେଲେ ବିରାଗାଡ଼ା ଗ୍ରାମର କର୍ମଦୂତ ବଳିଆରସିଂଙ୍କ ୧୯ ବର୍ଷୀୟ ପୁଅ କର୍ଣ୍ଣ ବଳିଆରସିଂ। ସୂଚନା ମୁତାବକ ଗତକାଲି ସକାଳ ପ୍ରାୟ ୯ ଟା ସମୟରେ ଘରେ ଥିବା କୋବି ପୋକମରା ଔଷଧ ଖାଇଦେଇ ଗୋରୁ ଚରାଇବାକୁ ଜଙ୍ଗଲକୁ ଚାଲିଯାଇଥିଲା ।

ଆଉ କିଛି ସମୟ ପରେ ଘରକୁ ଫେରିଥିବା ବେଳେ କର୍ଣ୍ଣଙ୍କ ପାଟିରୁ ରକ୍ତ ଲାଳ ବାହାରୁଥିବା ଦେଖି ମାଆ ସନ୍ଦେହ କରି ତୁରନ୍ତ ଦାରିଙ୍ଗବାଡି ମେଡିକାଲକୁ ଆଣି କର୍ଣ୍ଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ହେଲେ ଚିକିତ୍ସିତ ଅବସ୍ଥାରେ କର୍ଣ୍ଣର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଦାରିଙ୍ଗବାଡି ପୋଲିସ ମୃତଦେହ ବ୍ୟବଛେଦ ପାଇଁ ପଠାଇ ତଦନ୍ତ କରୁଛି । ତେବେ ମୃତ ଯୁବକ ଜଣକ ପ୍ରେମରେ ବିଫଳ ହେବା ପରେ ଏପରି କରିଥିବା ଜଣାପଡିଛି । ଯେଉଁ ଯୁବତୀକୁ କର୍ଣ୍ଣ ଭଲ ପାଉଥିବା ବେଳେ ଯୁବତୀ ଜଣକ କୁଆଡେ ମନା କରି ଦେଇଥିଲା। ଫଳରେ ପ୍ରେମରେ ବିଫଳ ହୋଇ କର୍ଣ୍ଣ ଏଭଳି କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

   Related Posts