ଅନଲାଇନ ଠକେଇରୁ ଯୁବକଙ୍କ ଆତ୍ମହତ୍ୟା

Published By : Prameya-News7 Bureau | January 22, 2020 IST

କଳାହାଣ୍ଡି ୨୨/୧: ଅନଲାଇନ ଠକେଇରୁ ଯୁବକଙ୍କ ଆତ୍ମହତ୍ୟା । ଆତ୍ମହତ୍ୟା ପୁର୍ବରୁ ଯୁବକ ଲାଇଭ ଭିଡିଓ ଖୁଲାସା କରିଛନ୍ତି କିପରି ଲକ୍ଷପତି କରାଇବା ଆଶାରେ ଟଙ୍କା ଠକେଇ କରୁଛନ୍ତି ଠକ ସଂସ୍ଥା । ନିୟୁଜକୁ ହସ୍ତହତ ହୋଇଛି  ଆତ୍ମହତ୍ୟା ପୁର୍ବର ଲାଇଭ ଭିଡିଓ ।

{"id":214546,"width":586,"height":421,"sizeSlug":"large"}

ଗତ ୧୭ ତାରିଖ ଟିଟିଲାଗଡ ରେଳ ଲାଇନରୁ ଲାଞିଗଡ ଥାନା ବଜାର ପଡାର ୨୩ ବର୍ଷ ବୟସ୍କ ପ୍ରତୀକ ବାରିକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ହେଲେ ସେ ଆତ୍ମହତ୍ୟା ପୁର୍ବରୁ ନିଜ ମୋବାଇଲରେ ଲାଇଭ ଭିଡିଓ କରିଥିଲେ । କହିଥିଲେ ଆତ୍ମହତ୍ୟାର କାରଣ । ବଖାଣିଥିଲେ କିପରି ଲଟେରୀ ପାଇଥିବା ଆଶାରେ କୋନ ବନେଗା କୋରଡପତି ସଂସ୍ଥା ଠକି ନେଲା ଟଙ୍କା । ହରାଇ ବସିଲେ ହଜାର ହଜାର ଟଙ୍କା । ଏହି ଭିଡିଓର ଆଧାରରେ ପୋଲିସ ସେହି ଠକ ସଂସ୍ଥା ବିରୋଧରେ ଦୃଢ କାର୍ଯାନୁଷ୍ଠାନର ଆଶା ରଖି ହାରି ଦେଲେ ଜୀବନ ।

{"id":214547,"sizeSlug":"large"}

ଲାଞିଗଡ ବେଦାନ୍ତ କାରଖାନାରେ କାମ କରୁଥିବା ପ୍ରତୀକ କିଛି ଦିନ ହେବ କୌନ ବନେଗା କରୋଡ଼ପତି ନାମକ ଅନଲାଇନ ଗେମ ଖେଳି ଆସୁଥିଲେ । ସେ ଭିଡିଓ ଦେଇଥିବା ସୂଚନା ଅନୁଯାୟୀ ମୋବାଇଲରେ ପ୍ରଥମେ ଏକ କଲ ଆସିଥିଲା । ନିଜକୁ ରାଣା ପ୍ରତାପ ସିଂ ଓ କେବିସି କୋଲକତା ପରିଚୟ ଦେଇ ତାଙ୍କ ମୋବାଇଲ ନମ୍ବର ୨୫ଲକ୍ଷ ଟଙ୍କା ଜିତିଛନ୍ତି ହେଲେ କିଛି ପ୍ରଶ୍ନର ଉତ୍ତର ପରେ ଟଙ୍କା ଜିଣିବାର ବାହାନାରେ ଖେଳ ଆରମ୍ଭ କରାଯାଇଥିଲା ।  ଏଥିପାଇଁ ପ୍ରତୀକ ମୋବାଇଲ ନମ୍ବରରେ ବିଭିନ୍ନ ପ୍ରଲୋଭିତ ଭିଡିଓ ଦେଖାଇ ୨୫ଲକ୍ଷ ଟଙ୍କା ପାଇଁ ଟେକ୍ସ ବାବଦକୁ ୨୫ହଜାର ଦାବୀ କରିଥିଲେ ।୨୫ହଜାର ଜମା ପରେ ପୁଣି ୨୦ ହଜାର ଏଭଳି ପ୍ରାୟ ୬୦ହଜାର ଟଙ୍କା ଠକି ନିଆଯାଇଛି । ଏହି ଟଙ୍କା ନିଜ ସାଂଗସାଥୀଙ୍କଠାରୁ ଧାର କରଜ କରାଯାଇଥିବାରୁ ମାନସିକ ଭାରସାମ୍ୟ ହରାଇ ପ୍ରତୀକ ଆତ୍ମହତ୍ୟା କରାଯାଇଥିବା ବର୍ତମାନ ଜଣାପଡିଛି । ଜିଆରପି ପୋଲିସ ତଦନ୍ତ ଜାରୀ ରଖିଛନ୍ତି ।

{"id":214548,"sizeSlug":"large"}

ପରିବାର ସଦସ୍ୟ ପ୍ରତିକଙ୍କ ଅନଲାଇନ ଗେମ ବିଷୟରେ ଅନଭିଜ୍ଞ ରହିଥିବାବେଳେ କିନ୍ତୁ ପ୍ରତୀକ ଘରୁ ବାହାରକୁ ଯାଉଥିବା ବେଳେ ଏକ ବଡ ଉପହାର ପାଇବେ ବୋଲି କହିଯାଇଥିଲେ । ବାରମ୍ବାର ଏଭଳି ଠକ ସଂସ୍ଥାମାନଙ୍କ ଠାରୁ ସତର୍କ ସଚେତନତା ସତ୍ବେ ରାତାରାତି ଲକ୍ଷପତି ନିଶାର ଶୀକାର ପାଲଟିଛନ୍ତି ଯୁବକ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.