ବଲାଙ୍ଗୀରରେ ଟ୍ରେନ୍ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା !

Published By : Prameya-News7 Bureau | August 07, 2020 IST

ବଲାଙ୍ଗୀର ୭।୮: ବଲାଙ୍ଗୀରରେ ଟ୍ରେନ୍ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା । ମୃତ ଯୁବକ ଜଣଙ୍କ ହେଲେ ବଲାଙ୍ଗୀର ଟାଉନ୍ ଥାନା ରାମେଶ୍ବର ନଗରର ରଞ୍ଜନ ନନ୍ଦ । ଶୁକ୍ରବାର ଭୋରରୁ ମାଲବାହୀ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।

ଘଟଣାସ୍ଥଳରେ ଜିଆରପି ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଆତ୍ମହତ୍ୟାର କାରଣ ଜଣାପଡିନଥିବା ବେଳେ ରଞ୍ଜନ ଆତ୍ମହତ୍ୟା କାହିଁକି କଲେ ନା ଏହା ପଛରେ ଆଉ କେଉଁ କାରଣ ଅଛି ତାକୁ ନେଇ ତଦନ୍ତ କରୁଛି ଜିଆରପି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.