Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୧୫ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ଟିକ୍ ଟକ୍ ଭିଡିଓ ହେଲା କାଳ… ୧୭ ବର୍ଷୀୟ ବାଳକଙ୍କ ମୃତ୍ୟୁ, ଅନ୍ୟ ସାଙ୍ଗ ସବୁ ଫେରାର

16/01/2020 at 12:39 PM

ମାଲଦା ୧୬।୧: ଟିକ୍ ଟକ୍ ଭିଡିଓ ତିଆରି କରିବା ଏବଂ ତାହାକୁ ସୋସିଆଲ ମିଡିଆରେ ଛାଡିବାର ଟ୍ରେଣ୍ଡରେ ପରିଣତି କିନ୍ତୁ ବେଳେବେଳେ ହେଉଛି ଭୟଙ୍କର । ନିକଟରେ ଏକ ଘଟଣାକ୍ରମରେ ଟିକ୍ ଟକ୍ ଷ୍ଟଣ୍ଟ ନେଇଛି ଜୀବନ । ପଶ୍ଚିମବଙ୍ଗର ମାଲଦା ଅନ୍ତର୍ଗତ ପୀରୀଗଞ୍ଜରେ ଏପରି ଅଭାବନୀୟ ଘଟଣାଟି ଘଟିଛି । ଗତ ମଙ୍ଗଳବାର ରାତିରେ ଟିକ୍ ଟକ୍ ଷ୍ଟଣ୍ଟ କରିବାକୁ ଯାଇ ଜଣେ ୧୭ ବର୍ଷୀୟ ବାଳକଙ୍କ ଦୟନୀୟ ଭାବେ ମୃତ୍ୟୁ ହୋଇଛି ।

ମଙ୍ଗଳବାର ରାତିରେ କରିମ ଶେଖ ନାମକ ଜଣେ ବାଳକ ଏବଂ ତାଙ୍କ ସାଙ୍ଗମାନେ ଏକ ଟିକ୍ ଟକ୍ ଭିଡିଓ ପ୍ରସ୍ତୁତ କରୁଥିବା ବେଳେ ତାହାର ଏକ ଭୟଙ୍କର ପରିଣତି ଘଟିଛି । କରିମ ଏବଂ ତାର ଦୁଇ ଜଣ  ନାବାଳକ ସାଙ୍ଗ ଟିକ୍ ଟକ୍ ଭିଡିଓ ପ୍ରସ୍ତୁତ କରୁଥିଲେ । କରିମକୁ ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଦିଆଯାଇଥିବା ବେଳେ, ତାର ମୁହଁରେ ଏକ ପ୍ଲାଷ୍ଟିକ ବ୍ୟାଗ୍ ବାନ୍ଧିଥିଲେ ତା ସାଙ୍ଗମାନେ । କରିମ ସେପରି ସ୍ଥିତିରେ ଷ୍ଟଣ୍ଟ କରିବାକୁ ଉଦ୍ୟମ କରୁଥିଲା ଏବଂ ତାର ସାଙ୍ଗମାନେ ଭିଡିଓ କରୁଥିଲେ । କିନ୍ତୁ ମାତ୍ର ୧୦ ମିନିଟ୍ରେ ବଦଳିଗଲା ଖୁସିର ମାହୋଲ । ଶ୍ବାସରୁଦ୍ଧ ହୋଇ  ଘଟିଛି କରିମଙ୍କ ମୃତ୍ୟୁ । କରିମ ହଠାତ୍ ନିସ୍ତେଜ ହୋଇଯିବାରୁ ତାଙ୍କର ଦୁଇ ସାଙ୍ଗ ଘଟଣାର ପରିଣତି ଜାଣିପାରି ସେଠାରୁ ଭୟରେ ପଳାଇଥିଲେ । ସେମାନେ ନାବାଳକ ଥିବାରୁ ପୋଲିସ ସେମାନଙ୍କ ନାମ ପ୍ରକାଶ କରିନାହିଁ । ଗ୍ରାମବାସୀ  ଏକ ପଡିଆରେ ପଡିଥିବା କରିମର ଶରୀରକୁ ତୁରନ୍ତ ଡାକ୍ତରଖାନା ନେଇଥିଲେ ବି , ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମାଲଦାରେ ଏପରି ଘଟଣାର ଦିନକ ପୂର୍ବରୁ ଉତ୍ତରପ୍ରଦେଶର ରାୟବରେଲିରେ ବି ଏପରି ଏକ ସମାନ ଘଟଣା ଘଟିଛି । ଟିକ୍ ଟକ୍ ଭିଡିଓ କରିବାକୁ ଯାଇ ପ୍ରାଣ ହରାଇଛନ୍ତି ଜଣେ ୧୮ବର୍ଷୀୟ ଯୁବକ । ସେ ଜଣେ ସେନା କର୍ମଚାରୀଙ୍କ ପୁଅ । ଜଣେ ଶ୍ରମଜୀବୀ ଥିବା ଯୁବକ ଜଣଙ୍କ ଟିକ୍ ଟକ୍ ଭିଡିଓ କରିବାକୁ ବନ୍ଧୁକରୁ ଗୁଳି ଚଳାଇବା ବେଳେ ତାହା ତାଙ୍କ ଦେହରେ ଗୁଳି ବାଜିଥିଲା । ତାହାର କିଛି ସମୟପରେ ତାଙ୍କର ପ୍ରାଣ ଚାଲିଯାଇଥିଲା । ଉଭୟ ଘଟଣାରେ ପୋଲିସ ଅସ୍ବାଭାବିକ ମୃତ୍ୟୁ ଦର୍ଶାଇ ମାମଲା ରୁଜ୍ଜୁ କରିଛି ।  

   Related Posts