ଯୁବକଙ୍କୁ ଛୁରି ଭୁସି ହତ୍ୟା ପରେ ଅଭିଯୁକ୍ତର ଆତ୍ମସମର୍ପଣ

Published By : Prameya-News7 Bureau | June 20, 2018 IST

ଯୁବକଙ୍କୁ ଛୁରି ଭୁସି ହତ୍ୟା ପରେ ଅଭିଯୁକ୍ତର ଆତ୍ମସମର୍ପଣ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡା ଗାଁରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ହତ୍ୟାକାଣ୍ଡ । ମୃତକ ହେଲେ ୨୦ ବର୍ଷିୟ ରଜତ ନାଇକ । ରଜତ ବାହାରେ ରହୁଥିଲେ । ଗାଁରେ ଠାକୁରାଣୀ ଯାତ୍ରା ଚାଲିଥିବାରୁ ସେ ଗାଁକୁ ଆସିଥିଲେ । ଗତକାଲି ପାଖାପାଖି ରାତି ୧୨ଟା ବେଳେ ରଜତ ଘର ଦାଣ୍ଡରେ ବସିଥିବା ବେଳେ ସୁରାଟ ଲିମେଇ ରଜତଙ୍କ ପଟରେ ଛୁରି ଭୁସି ଦେଇଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ତେବେ ପରିବାର ଲୋକଙ୍କ କହିବା ଅନୁଯାୟୀ ଗତ ୪ମାସ ତଳେ ଦୁଇ ଜଣଙ୍କ ମଧ୍ୟ ଗଣ୍ଡଗୋଳ ହୋଇଥିଲା । ତେଣୁ ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ହତ୍ୟା କାଣ୍ଡ ପରେ ଅଭିଯୁକ୍ତ ସୁରାଟ ଲିମେଇ ଜରଡା ଥାନାରେ ଆତ୍ମସମର୍ପଣ କରିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.