ଗାଁ ଦାଣ୍ଡରେ ଯୁବକଙ୍କୁ ହତ୍ୟା

Published By : Prameya-News7 Bureau | June 04, 2018 IST

କଳାହାଣ୍ଡି ଲାଞ୍ଜିଗଡ ଥାନା ବସନ୍ତପଡାରେ ଚାଞ୍ଚଲ୍ୟ । ଗାଁ ଦାଣ୍ଡରେ ଯୁବକଙ୍କୁ ହତ୍ୟା । ଯୁବକଙ୍କ ଛାତିରେ ଛୁରୀ ପଶିଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତକ ମୃଣାଳ ହଲଦାର । ସେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ । ମୃଣାଲଙ୍କୁ ସେହି ଗାଁର ଶେଷଦେବ ମାଝୀ ହତ୍ୟା କରିଥିବା ମୃଣାଳଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଶେଷଦେବ । ଗାଁଲୋକଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.