ଭାଇ ସହ କଥା ହେବାକୁ ବାରଣ କରିବାରୁ ଜେଜେମା'ଙ୍କ ଗଳା କାଟିଦେଲା ନାତି : ଘରସାରା ପଡିଥିଲା ଖଣ୍ଡ ବିଖଣ୍ଡିତ ମୃତଦେହ

Published By : Prameya-News7 Bureau | October 14, 2020 IST

ମୁମ୍ବାଇ ୧୪।୧୦: ମୁମ୍ବାଇରେ ୨୫ ବର୍ଷ ବୟସ୍କ ଯୁବକ ନିଜ ଜେଜେମା’ଙ୍କ ଗଳା କାଟି ହତ୍ୟା କରିଛନ୍ତି । ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ଘର ସାରା ଫିଙ୍ଗିଦେଲା ।

ପୋଲିସର ସୂଚନା ଅନୁସାରେ ଅଭିଯୁକ୍ତ କ୍ରିଷ୍ଟୋଫର ଡାୟସ ସୋମବାର ଦିନ ରିହାବିଲଟେସନ କେନ୍ଦ୍ରରୁ ଫେରିବା ପରେ ନିଜ ଜେଜେମା’କୁ ହତ୍ୟା କରିଦେଇଛି । ନ୍ୟୁଜ୍ ଏଜେନ୍ସୀ ପିଟିଆଇ ଅନୁସାରେ ତାଙ୍କ ବାପା-ମା’ ଇସ୍ରାଏଲରେ ରୁହନ୍ତି । ଯୁବକ ଜଣଙ୍କ ନିଜ ଜେଜେମା’ଙ୍କ ସହ ରହୁଥିଲେ । ଡାୟସ ନିଶା ନେଉଥିବାକୁ ତାଙ୍କୁ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରୁ ସେ ଘରକୁ ଫେରିଥିଲା । ମଙ୍ଗଳାବାର ରାତିରେ ଡାୟସଙ୍କ କକା ପୁଅ ଭାଇ ତାଙ୍କ ଘରକୁ ଆସିଥିଲେ ରାତ୍ରିଭୋଜନ ପାଇଁ । ସେତେବେଳେ ତାଙ୍କ ଜେଜେମା’ ତାଙ୍କ ସହ କଥା ନହେବାକୁ ଡାୟସଙ୍କୁ କହିଥିଲେ । ଜେଜେମାଙ୍କ କଥାରେ ଡାୟସ ରାଗି ଯାଇଥିଲେ । ବିଳମ୍ବିତ ରାତିରେ ଛୁରୀରେ ଡାୟସ ଜେଜେମାଙ୍କ ଗଳା କାଟି ଦେଇଥିଲେ । ତାଙ୍କୁ ଉଲଗ୍ନ କରି କାଟି ଖଣ୍ଡ ଖଣ୍ଡ କରିଦେଇଥିଲେ ।

ଘଟଣାସ୍ଥଳରେ ପୋଲିସ ଅଧିକାରୀ ପହଞ୍ଚିବା ବେଳକୁ ଘର ସାରା ବୃଦ୍ଧାଙ୍କ ମୃତଦେହ ଖଣ୍ଡ ବିଖଣ୍ଡିତ ହୋଇ ପଡି ରହିଥିଲା । ଡାୟସ ହତ୍ୟା କରିବା ପରେ ତାଙ୍କ ବାପାଙ୍କୁ ଫୋନ୍ କରିଥିଲେ । ସେ ଜେଜେମାଙ୍କୁ ହତ୍ୟା କରିଛନ୍ତି ବୋଲି ସ୍ବୀକାର କରିଥିଲେ ।

ଅଭିଯୁକ୍ତଙ୍କ ବାପା ମୁମ୍ବାଇ ପହଞ୍ଚିବା ବେଳକୁ ଡାୟସଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବସିଥିବା ଦେଖିଥିଲେ । ଏହାପରେ ପଡୋଶୀମାନେ ପ୍ରାୟ ୧୦ଟା ୧୫ରେ ପୋଲିସକୁ ଫୋନ୍ କରିଥିଲେ । ପୋଲିସ ଅଧିକାରୀଙ୍କ ଅନୁସାରେ ହତ୍ୟା ସହ ଅନ୍ୟ କେତେକ ଅଭିଯୋଗରେ ଡାୟସଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.