ଭଦ୍ରକ ହସ୍ପିଟାଲକୁ ଆସିଥିବା ଅଧା ତଣ୍ଟି କଟା ଯୁବକଙ୍କ ମୃତ୍ୟୁ ; ଆଡମିଟ କରିଥିବା ବୃଦ୍ଧା ଫେରାର

Published By : Prameya-News7 Bureau | September 03, 2018 IST

ଭଦ୍ରକ ୩/୯ : ଭଦ୍ରକ ହସ୍ପିଟାଲରେ ଚାଞ୍ଚଲ୍ୟ | ହସ୍ପିଟାଲକୁ ଆସିଥିବା ଅଧା ତଣ୍ଟି କଟା ଯୁବକଙ୍କ ମୃତ୍ୟୁ ହୋଇଛି | ଯୁବକଙ୍କୁ ହସ୍ପିଟାଲରେ ଆଣି ଭର୍ତ୍ତି କରିଥିବା ବୃଦ୍ଧା ଫେରାର ହୋଇଯାଇଛିନ୍ତି | ମୃତ ଯୁବକ ଜଣକ ହେଲେ ଧୂଷୁରୀ ଥାନା ସାହସପୁର ଅଂଚଳର ସନ୍ତୋଷ ସେଣ୍ଟ | ତେବେ ସେ ଜଣେ ପୂଜକ ବୋଲି ଜଣାପଡିଛି | ସୂଚନା ଅନୁଯାୟୀ ଆଜି ସକାଳେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ | ଡାକ୍ତରଙ୍କ କହିବା ଅନୁଯାୟୀ , ଯେଉଁଭଳି ଭାବେ ତାଙ୍କ ଗଳା କଟାଯାଇଛି, ସେଇଟା ନିଜେ କଟାଯାଇନପାରେ | ତେବେ ଘରଲୋକଙ୍କ କହିବା ଅନୁଯାୟୀ ସେ ପୂଜା କଲାବେଳେ ଘରେ ନିଜେ ଏକ ଧାରୁଆ ଅସ୍ତ୍ରରେ ନିଜ ବେକ ନିଜେ କାଟି ପକେଇଥିଲେ | ତେବେ ମୃତଦେହ ଛାଡି ଘର ଲୋକ ଫେରାର ହେବା ପରେ ଘଟଣା ସନ୍ଦେହଜନକ ହୋଇପଡିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.