ପୁରୀ ବେଳାଭୂମିରୁ ଗୋଡ ହାତ ବନ୍ଧା ନର କଙ୍କାଳ ଉଦ୍ଧାର

Published By : Prameya-News7 Bureau | September 16, 2018 IST

ପୁରୀ ୧୬/୯ : ପୁରୀ ବେଳାଭୂମିରେ ପଡିଛି ନର କଙ୍କାଳ । ଗୋଡ ହାତ ବନ୍ଧା ଅବସ୍ଥାରେ ମିଳିଛି ଏହି କଙ୍କାଳ । ପୁରୀ କୋଣାର୍କ ନିକଟ ସୈକତ ନିବାସ ଅଞ୍ଚଳ ନିକାଞ୍ଚନ ସମୁଦ୍ର କୂଳରେ ଦେଖିବାକୁ ମିଳିଛି ଏହି କଙ୍କାଳ । ପ୍ୟାଣ୍ଟ ସାର୍ଟ ପିନ୍ଧା ଅବସ୍ଥାରେ କଙ୍କାଳଟି ଥିବା ବେଳେ ଏହାର ହାତ ଗୋଡ ମଧ୍ୟ ରଶିରେ ବନ୍ଧା ଯାଇଛି । ଶରୀର ଅଧାବାଲିରେ ପୋତା ହୋଇ ରହିଥିବା ବେଳେ ଆଉ କିଛି ପଦାକୁ ଦିଶୁଛି । ଗତକାଲି ସନ୍ଧ୍ୟାରେ ଏହି କଙ୍କାଳଟିକୁ ଠାବ କରିଛି ପୋଲିସ । ଏହି କଙ୍କାଳଟି ଭୁବନେଶ୍ବରର ଜଣେ ଯୁବକଙ୍କର ବୋଲି ସନ୍ଦେହ କରାଯାଉଛି । ଯୁବକଙ୍କୁ ହତ୍ୟା କରି ଏଠାରେ ଫୋପାଡି ଦେଇଥିବା ପୋଲିସ ସନ୍ଦେହ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.