ଗାଡ଼ି ହଟାଇବାକୁ କେନ୍ଦ୍ରକରି ଝଗଡ଼ାରେ ଯୁବକଙ୍କୁ ଗୁଳି କରି ହତ୍ୟା

Published By : Prameya-News7 Bureau | December 11, 2018 IST

ନୂଆଦିଲ୍ଲୀ ୧୧/୧୨: ଦିଲ୍ଲୀବାସୀଙ୍କ କ୍ରୋଧ ଦିନକୁ ଦିନ ବଢ଼ିବାରେଲାଗିଛି। ସମାନ୍ୟ କଥାକୁ କେନ୍ଦ୍ର କରି ଲୋକଙ୍କ ମଧ୍ୟରେ କଳି ସୃଷ୍ଟି ହେଉଛି। ଏହା ଆଗକୁ ହତ୍ୟାରରୂପ ନେଉଛି। ଏହିପରି ଏକ ଘଟଣା ଦିଲ୍ଲୀର ମୟୂର ବିହାର ଅଞ୍ଚଳରେ ଘଟିଛି। ଏଠାରେ ପାର୍କିଙ୍ଗକୁ ନେଇବଚସା ହୋଇଥିବାବେଳେ କାରରେ ଆରୋହୀଜଣକ ଜଣେ ଯୁବକଙ୍କୁ ୫ରାଉଣ୍ଡ ଗୁଳି ଚଳାଇ ହତ୍ୟା କରିଛନ୍ତି।

ପୂର୍ବ ଦିଲ୍ଲୀରେ ରହୁଥିବା ଯୋଗେଶ ନାମକ ଯୁବକ ନିଜ ଅସୁସ୍ଥ ଭାଇ ପାଇଁ ବିଳମ୍ବ ରାତିରେ ପାଣି ଆଣିବାକୁ ଯାଇଥିଲେ। ତାଙ୍କ ଭାଇ କୁକରେଜା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେ ବାଇକରେ ପାଣି ଆଣିବାକୁ ଯାଇଥିବାବେଳେ ସେଠାରେ ଥିବା କାର୍ ଆରୋହୀଙ୍କ ସହ ପାର୍କିଙ୍ଗକୁ ନେଇ ତାଙ୍କ ମଧ୍ୟରେ ବଚସା ହୋଇଥିଲା।

ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ଏତେ ବଢ଼ିଯାଇଥିଲା ଯେ ଯୋଗେଶ କାର୍ ଆରୋହୀଙ୍କକାରର କାଚ ଭାଙ୍ଗିଦେଇଥିଲେ। ଏଥିରେ ଉତକ୍ଷିପ୍ତ କାର୍ ଆରୋହୀ ଯୋଗେଶଙ୍କୁ ୫ରାଉଣ୍ଡ ଗୁଳି ଚଳାଇଥିଲେ।ଘଟଣାସ୍ଥଳରେ ଯୋଗେଶଙ୍କ ମୃତ୍ୟୁ ଘଟିଥିଲା। କାରରେ ଆଉ ଜଣେ ବ୍ୟକ୍ତି ମଧ୍ୟ ଥିଲେ। ହତ୍ୟାକାଣ୍ଡଭିଆଇ ଦୁଇ ଜଣ କାର୍ ଆରୋହୀ ସେଠାରୁ ଫେରାର ହୋଇଯାଇଥିଲେ।

ସୂଚନା ପାଇ ପୋଲିସ୍ ସେଠାରେ ହାଜିର ହୋଇଥିଲା ଏବଂ ଯୋଗେଶଙ୍କ ଶବକୁପୋଷ୍ଟମୋର୍ଟମ୍ ପାଇଁ ପଠାଇଥିଲା। ପୋଲିସ୍ ଦୋକାନ ଭିତରେ ଏବଂ ବାହାରେ ଲାଗିଥିବା ସିସିଟିଭିଫୁଟେଜକୁ ତଦନ୍ତ କରି ଅଭିଯୁକ୍ତକୁ ଖୋଜୁଛି।

ମୃତ ଯୋଗେଶଙ୍କ ବୟସ ୨୨ବର୍ଷ । ସେ ନିଜ ପରିବାର ସହିତ ଚିଲ୍ଲା ଗାଁରେରହୁଥିଲେ। ତାଙ୍କ ପିତା ଜଣେ ବ୍ୟବସାୟୀ। ଯୋଗେଶ ବିବାହିତ ଥିଲେ। ତାଙ୍କର ଗୋଟିଏ ଝିଅ ଏବଂ ତାଙ୍କସ୍ତ୍ରୀ ଏବେ ଗର୍ଭବତୀ ଥିଲେ। ତାଙ୍କର ଜଣେ ଭଉଣୀ ଏବଂ ଜଣେ ଭାଇ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.