Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ସମାଜବାଦୀ ପାର୍ଟି ନେତାଙ୍କ ଫ୍ଲାଟରେ ଯୁବକଙ୍କୁ ଗୁଳି କରି ହତ୍ୟା : ଜନ୍ମଦିନ ପାର୍ଟିରେ ହୋଇଥିଲା ଫାୟାରିଂ

21/11/2020 at 11:43 AM

ଲକ୍ଷ୍ନୌ ୨୧/୧୧: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷୌରେ ସମାଜବାଦୀ ପାର୍ଟି ନେତାଙ୍କ ଫ୍ଲାଟରେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣା ବିଷୟରେ ଶନିବାର ସକାଳେ ଜଣା ପଡ଼ିଥିଲା। ସମାଜବାଦୀ ପାର୍ଟି ଏମଏଲସି ଅମିତ ଯାଦବଙ୍କ ଫ୍ଲାଟରେ ହତ୍ୟା ମାମଲା ସାମନାକୁ ଆସିଛି। ଫ୍ଲାଟରେ ରାକେଶ ନାମକ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି।

ହଜରତଗଞ୍ଜର ଲାପ୍ଲାସ ଆପାର୍ଟମେଣ୍ଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଜନ୍ମଦିନ ପାର୍ଟି ଅବସରରେ ଫ୍ଲାଟରେ ଗୁଳି ଫୁଟିଥିଲା। ହତ୍ୟା ପଛରେ ଥିବା କାରଣ ବିଷୟରେ ଏଯାଏଁ ଜଣା ପଡ଼ିପାରିନାହିଁ। ପୋଲିସ୍ ମାମଲାର ତଦନ୍ତ କରୁଛି। ଅମିତ ଯାଦବ ଶାହଜାହାନପୁରର ସମାଜବାଦୀ ପାର୍ଟି ଏମଏଲସି।

କୁହାଯାଉଛି ଯେ ଗୁଳି ଲାଗିବା ପରେ ଯୁବକଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ଏହି ଘଟଣାରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଛି। ମାମଲାର ତଦନ୍ତ ପାଇଁ ପୋଲିସ୍ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ବର୍ତ୍ତମାନ ଲକ୍ଷ୍ନୌ ପୋଲିସ୍ ଯୁବକଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି। ପୋଲିସ୍ ଏହି ମାମଲାରେ ସବୁ ଆଙ୍ଗଲରୁ ତଦନ୍ତ କରୁଛି। ସେହି ସମୟରେ ଏମଏଲସି ଘଟଣାସ୍ଥଲରେ ଉପସ୍ଥିତ ଥିଲେ ନା ନାହିଁ  ଏବଂ ଜନ୍ମଦିନ ପାର୍ଟିରେ ସେଠାରେ ବନ୍ଧୁକ କିପରି ପହଞ୍ଚିଲା, କେଉଁଥିପାଇଁ ଗୁଳି ଫୁଟିଥିଲା ସେ ନେଇ ତଦନ୍ତ ହେଉଛି।

   Related Posts