ଛାତ୍ରୀଙ୍କୁ ଜବରଦସ୍ତି କାର୍‌ରେ ବସାଉଥିଲା ଯୁବକ : ମନା କରିବାରୁ ଗୁଳି କରି ହତ୍ୟା

Published By : Prameya-News7 Bureau | October 27, 2020 IST

ନୂଆଦିଲ୍ଲୀ ୨୭/୧୦: ହରିୟାଣାର ଫରିଦାବାଦରେ ସୋମବାର କଲେଜରୁ ପେପର ଦେଇ ବାହାରକୁ ବାହାରୁଥିବା ଛାତ୍ରୀଙ୍କୁ ଗୁଳି କରି ହତ୍ୟା କରି ଦିଆଯାଇଛି। ଘଟଣାଟି ଘଟିଛି ବଲ୍ଲଭଗଡ଼ରେ। ଏଠାରେ ଦିନରେ ଛାତ୍ରୀଙ୍କୁ ହତ୍ୟା କରି ଅଭିଯୁକ୍ତ କାର୍ ଚାଳକ ଫେରାର ହୋଇଯାଇଛି।

ପୋଲିସ୍ ଅଧିକାରୀଙ୍କ କହିବା ଅନୁସାରେ ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ। ଫରିଦାବାଦରେ ଅପରାଧିଙ୍କ ସାହସ ବଢ଼ି ବଢ଼ି ଚାଲିଛି। ସୋମବାର ସକାଳେ ଚେକିଂ ସମୟରେ ବାଇକ୍ ରୋକିବାରୁ କିଛି ଲୋକ ହୋମଗାର୍ଡ଼ଙ୍କ ଉପରକୁ ଗୁଳି କରିଥିଲେ। ସନ୍ଧ୍ୟାରେ ପେପର ଦେଇ ବାହାରୁଥିବା ଛାତ୍ରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି।

ପୋଲିସ୍ ଅଧିକାରୀଙ୍କ କହିବାନୁସାରେ ଯୁବତୀ ବିକମ୍ ଶେଷ ବର୍ଷର ଛାତ୍ରୀ ଥିଲେ ଏବଂ ବଲ୍ଲଭଗଡ଼ର ଅଗ୍ରଓ୍ବାଲ୍‌ କଲେଜରେ ପରୀକ୍ଷା ଦେବାକୁ ଆସିଥିଲେ। ଯେତେବେଳେ ସେ ପରୀକ୍ଷା ଦେଇ ବାହାରକୁ ବାହାରିଥିଲେ ସେତେବେଳେ i20 କାର୍‌ରେ ଥିବା ଜଣେ ଯୁବକ ତାଙ୍କୁ ଗାଡ଼ିରେ ଜବରଦସ୍ତି ବସାଇବାକୁ ଉଦ୍ୟମ କରିଥିଲେ। ଯୁବତୀ କାରରେ ବସିବାକୁ ମନା କରିବାରୁ ଅଭିଯୁକ୍ତ ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ।

ହତ୍ୟାକାଣ୍ଡ ସୂଚନା ମିଳିବା ମାତ୍ରେ ପୋଲିସ୍ ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚିଥିଲେ। ପୋଲିସ୍ ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବା କଥା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.