ବିବାହର ପୂର୍ବଦିନ ଯୁବକଙ୍କୁ ଏସିଡ୍‌ ମାଡ-ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି, ପ୍ରେମ ସମ୍ପର୍କକୁ ନେଇ ଏପରି ହୋଇଥିବା ସନ୍ଦେହ

Published By : Prameya-News7 Bureau | November 07, 2019 IST

ନୂଆପଡା ୦୭।୧୧  ଏସିଡ୍ ମାଡରେ ଯୁବକ ଗୁରୁତର,ନୂଆପଡା ହସପିଟାଲ ରେ ଚିକିତ୍ସା ପାଇଁ ଭର୍ତ୍ତି । ଲଖନା ଥାନା ଅନ୍ତର୍ଗତ ବଙ୍ଗାମୁଣ୍ଡା ଗାଁ ର ଆଲୋକ ସାହୁଙ୍କର ଆସନ୍ତାକାଲି ବାହାଘର ଥିଲା । ଲଖନା ଗ୍ରାମର ଜଣେ ଯୁବତୀ ସାଥିରେ ପ୍ରେମ ସମ୍ପର୍କକୁ ନେଇ ଏଭଳି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି ।

 ଆଲୋକ ଲାଠୋର ରେ ଭିଡିଓ ସୁଟିଂ ପାଇଁ ଅଗ୍ରିମ ଦେଇ ଲଖନା ଦେଇ ନିଜ ଗାଁ କୁ ଫେରୁଥିଲେ । ଲଖନା ପାଖ ଏକ ପଡିଆ ରେ ବସିଥିବା ବେଳେ ଅଚାନକ ୪ ରୁ ୫ ଯୁବକ ଆସି ଏସିଡ୍‌ ଆକ୍ରମଣ କରିଥିବା ସୁଚନା ମିଳିଛି ।

ପୁଲିସ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ  କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.