ନାବାଳିକା ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡ

Published By : Prameya-News7 Bureau | November 11, 2020 IST

ମାଲକାନଗିରି ୧୧।୧୧: ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି । ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ମାଲକାନଗିରି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ।

ଗତ ୨୦୧୬ ମସିହା ମାର୍ଚ୍ଚ ୧୬ ତାରିଖ ଦିନ ବାଲିମେଳା ଖାଡେଙ୍ଗା ସାହିର ଜଣେ ନାବାଳିକାଙ୍କୁ ଅପହରଣ କରିବା ପରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ ଏମ.ଭି. ୬ ଗ୍ରାମର ଅଜୟ ସିକଦାର । ଘଟଣାର କିଛି ଦିନ ପରେ ପୀଡିତା ଗର୍ଭବତୀ ହେବାରୁ ବାଲିମେଳା ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ପୋଲିସ ପୋକ୍ସୋ ଧାରା ୩୬୩, ୩୬୬(ଏ), ୩୭୬(୨ଏନ), ୩୨୩ ଓ ୫୦୬ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ଜେଲ୍ ପଠାଇଥିଲା । ୪ ବର୍ଷ ପରେ ଏହି ଘଟଣାର ରାୟ ପ୍ରକାଶ ପାଇଛି । ମାଲକାନଗିରି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇବା ସହ ୫୦ ହଜାର ଟଙ୍କା ଜରିମନା ରାଶି ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.