ଭାଲୁ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଯୁବକ

Published By : Prameya-News7 Bureau | September 02, 2019 IST

ନୀଳଗିରି ୨: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍ ଅଧିନ ଧୋବଶିଳା ଅଂଚଳରେ ଭାଲୁ ଆକ୍ରମଣରୁ ଜଣେ ଯୁବକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଧୋବଶିଳା ଗ୍ରାମର କଳିଙ୍ଗ କୁମାର ପାତ୍ର ନାମକ ଯୁବକ ପାଖ ଖଇରୀବଣି ଆଦିବାସୀ ଗ୍ରାମକୁ ମୂଲିଆଙ୍କ ପାଖକୁ ଯାଇଥିଲେ। ସ୍କୁଲ ପାଖ  ପଡ଼ିଆରେ ଏକ ଭାଲୁ ଜଙ୍ଗଲରୁ ବାହାରି ବସିଥିବା ବେଳେ ତାଙ୍କ ସହ ସାମ୍ନାସାମ୍ନି ହୋଇଯାଇଥିଲା। ଉପସ୍ଥିତ ବୁଦ୍ଧି ଖଟାଇ ସେ ଧୀରେ ଧୀରେ ପଛକୁ ଆସିଯିବାରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ପରେ ଭାଲୁଟି ପାଖ ଜଙ୍ଗଲକୁ ପଳାଇଯାଇଥିଲା। ଏହି ଗ୍ରାମରେ ଗତ କିଛିଦିନ ଧରି ଭାଲୁ ଗୁଡିକ ଜଙ୍ଗଲରୁ ଦିନରେ ବାହାରି ଉପଦ୍ରବ ଚଳାଉଥିବାବେଳେ ଗ୍ରାମବାସୀମାନେ ଭୟରେ ରହୁଛନ୍ତି। ବନବିଭାଗ ଜଙ୍ଗଲର ସୀମାରେ ସୋଲାର ଫେନ୍ସି କରିବାକୁ ଦାବି ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.