Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ବ୍ରିଟେନ ଫେରନ୍ତା ଯୁବକ କରୋନା ପଜିଟିଭ ଚିହ୍ନଟ ପରେ ଘାରିଛି ଭୟ: ପରୀକ୍ଷା ପାଇଁ ସ୍ୱାବ୍ ପଠାଯାଇଛି ପୁନେ

24/12/2020 at 6:39 PM

ଭୁବନେଶ୍ୱର ୨୪/୧୨ : ପୁଣି  ଘାରିଲାଣି କରୋନା ଭୟ। ବ୍ରିଟେନ ଫେରନ୍ତା ଯୁବକ ଚିହ୍ନଟ ହେବା ପରେ ସରକାରଙ୍କ ତତ୍ପରତା ପ୍ରକାଶ ପାଇଛି।  ବ୍ରିଟେନ ଫେରାନ୍ତା ଯୁବକ ଦେହରେ ନୂଆ ଷ୍ଟ୍ରେନ ଅଛି କି ନାହିଁ ପରୀକ୍ଷା ଚାଲିଥିବା ବେଳେ  ସମ୍ପୃକ୍ତ ଯୁବକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।  ଏପଟେ  ଏହି କେରାନା ନୂଆ ଷ୍ଟ୍ରେନର କୌଣସି ନୂଆ ଲକ୍ଷଣ ନାହିଁ ତେଣୁ ଡରିବାର ନାହିଁ ବୋଲି ଡିଏମଇଟି ଆଶ୍ବାସନା ଦେଇଛନ୍ତି। ଆଇଏଲଏସ ନିର୍ଦ୍ଦେଶକ କହିଛନ୍ତି ନୂଆ ବ୍ରିଟେନ ଫେରନ୍ତା ଯୁବକ ନୂଆ ଷ୍ଟ୍ରେନ ପଜିଟିଭ ହୋଇଥିଲେ ଜିନମ ସିକ୍ୟୁଏନସିଙ୍ଗ କରାଯିବ।

ବ୍ରିଟେନ ଫେରନ୍ତା ଯୁବକ କରୋନା ପଜିଟିଭ ଚିହ୍ନଟ ପରେ ଘାରିଛି ଭୟ।  କେରାନାର ନୂଆ ଷ୍ଟ୍ରେନରେ ଏହି ଯୁବକ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହାର ପରୀକ୍ଷା ଚାଲିଛି।  ତାଙ୍କ ସ୍ବାବ ପୁନେ ପଠାଯାଇଛି। କାଣ୍ଟାକ୍ଟ ଟ୍ରେସିଂ ବି ଶେଷ ହୋଇଛି। ତାଙ୍କ ପରିବାରର ଆଉ ତିନି ଜଣଙ୍କର ସ୍ବାବ ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଇଛି। ଏପଟେ ବିଏମସି କମିଶନର କହିଛନ୍ତି ଡରିବାର କିଛି କାରଣ ନାହିଁ । ବ୍ରିଟେନ ଫେରାନ୍ତା ଯୁବକ ବର୍ତମାନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଡିଏମଇଟି ସିବିକେ ମାହାନ୍ତି କହିଛନ୍ତି କରୋନାର ଏହି ନୂଆ ଷ୍ଟ୍ରେନର ଲକ୍ଷଣ ସମାନ ରହିଛି । ସଂକ୍ରମିତ  ଅଧିକ ହେଉଛନ୍ତି ବୋଲି ବିଶେଷଜ୍ଞ ମାନେ କହୁଛନ୍ତି।

ବ୍ରିଟେନକୁ ବିମାନ ଚଳାଚଳ ବନ୍ଦ ହେବା ପୂର୍ବରୁ ବହୁ ସଂଖ୍ୟାରେ ଲୋକ ଭାରତକୁ ଆସିଛନ୍ତି. ଏବେ ଏହି ବ୍ରିଟେନ ଫେରନ୍ତାକୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ବ୍ରିଟେନ ଫେରନ୍ତା ଆକ୍ରାନ୍ତଙ୍କ ଜିନ ଅନୁଶୀଳନ ହେବ। ବ୍ରିଟେନରୁ ଫେରିକି ଯିଏ ପଜିଟିଭ ହୋଇଥିବେ ତାଙ୍କର ଜିନମ ସିକ୍ୟୁଏନସିଙ୍ଗ କରାଯିବ।  ଏଥିପାଇଁ କେନ୍ଦ୍ର ସରକାର ଆଇଏଲଏସକୁ ଚିହ୍ନଟ କରିଛନ୍ତି। ଏହି ନୂଆ ଷ୍ଟ୍ରେନର ସଂକ୍ରମଣ କରିବାର କ୍ଷମତା ଅଧିକ ରହୁଛି । ତେଣୁ ଅଧିକ ସର୍ତକ ରହିବାକୁ ପଡିବ ବୋଲି ଆଇଏଲଏସ ନିର୍ଦେଶକ ଅଜୟ ପରିଡା କହିଛନ୍ତି।।

ରାଜ୍ୟରେ କେରାନା ତଳମୁହଁ । ଶୀତଦିନ ସତ୍ବେ ଆକ୍ରାନ୍ତ ସଂଖ୍ୟା ପୁରା କମ ରହିଛି। ବ୍ରିଟେନ ଏବଂ ସାଉଥ ଆଫିକାରେ  ନୂଆ ଷ୍ଟ୍ରେନ ଚିହ୍ନଟ ହେବା ଏବେ ସାରା ବିଶ୍ବକୁ ଭୟଭୀତ କରିଛି।  ଯେଉଁଥିପାଇଁ ରାଜ୍ୟ ସରକାର ବ୍ରିଟେନ ଫେରନ୍ତା ଯୁବକ ଚିହ୍ନଟ ହେଉହେଉ  ତ୍ବରାନ୍ବିତ କରିଛନ୍ତି ଅପରେସନ।

   Related Posts