ଟଙ୍କା ପାଇଁ ଯୁବକଙ୍କୁ ଅପହରଣ ଘଟଣା, କୋଲକାତାରୁ ଅପହୃତ ତାପସ ଉଦ୍ଧାର

Published By : Prameya-News7 Bureau | March 04, 2021 IST

ସୋର ୦୪।୦୩: ଟଙ୍କା ପାଇଁ ଯୁବକଙ୍କୁ ଅପହରଣ କରି ପଣବନ୍ଦୀ ରଖିବା ଘଟଣା । ପଶ୍ଚିମବଙ୍ଗ ଦକ୍ଷିଣ ଚବିଶ ପ୍ରଗଣା କୁଲଟାଲି ଥାନା ଅଞ୍ଚଳରୁ ଅପହୃତ ଯୁବକଙ୍କୁ ଉଦ୍ଧାର କଲା ପୋଲିସ। ସୋର ପୋଲିସର ଏକ ସ୍ବତନ୍ତ୍ର ଟିମ ସେଠାରେ ପହଞ୍ଚି ତାପସକୁ ଉଦ୍ଧାର କରିଛି l ସେଠାକାର ପୋଲିସ ସହ ମିଳିତ ଚଢ଼ାଉ କରିଥିଲା ସୋର ପୋଲିସ୍ । ହେଲେ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ବିଫଳ ହୋଇଥିଲା ।

ଖବର ଅନୁଯାୟୀ, ବୁଧବାର ରାତି ସାଢେ ଗୋଟାଏରେ ଅପହୃତ ଯୁବକଙ୍କୁ ନେଇ ସୋର ଥାନାରେ ପହଞ୍ଚିଥିଲା ପୋଲିସ । ତାପସ ପୂର୍ବରୁ ବାଙ୍ଗାଲୋରରେ କାମ କରୁଥିଲେ । ଆଉ ସେଠିକାର ଜଣେ ବନ୍ଧୁ ଅପହରଣରେ ସମ୍ପୃକ୍ତି ରହିଛି । ଅପରାଧୀମାନେ ତାପସଙ୍କ ମୁଣ୍ଡକୁ ମାରି ଫଟାଇ ଦେବା ସହିତ ତା ସମୁଖରେ ଫାଙ୍କା ଗୁଳି ଫୁଟାଇ ଭୟଭୀତ କରିଥିଲେ । ଟଙ୍କା ପାଇଁ ହାତ ଗୋଡ ବାନ୍ଧିବା ସହ ବନ୍ଧୁକ ମୁନରେ ହତ୍ୟା ଧମକ ଦେଇଥିଲେ । ସେହି ଭିଡିଓ ଭାଇରାଲ ହୋଇଥିଲା ।

{"id":417545,"sizeSlug":"large","linkDestination":"none"}

ବାଲେଶ୍ବର ଜିଲ୍ଲା ସୋର ଥାନା କେଶପୁର ଗାଁର ତାପସ କୁମାର ମହାନ୍ତି ୮ ବର୍ଷ ଧରି ବାଙ୍ଗାଲୋରର ଏକ କ୍ୟାଣ୍ଟିନରେ କାମ କରୁଥିଲେ । ମଝିରେ ମଝିରେ ଘରକୁ ଆସନ୍ତି । ୧୦ ଦିନ ତଳେ କେଶପୁର ଘରକୁ ଫେରିଥିଲେ ତାପସ। ଘରେ ଥିବା ବେଳେ ଗତ ୨୮ ତାରିଖ ଦିନ ସକାଳେ ଏକ ଅଜଣା ନମ୍ବରରୁ ତାପସଙ୍କ ପାଖକୁ ଫୋନ ଆସିଥିଲା ଯେ ଭଲ କାମ ଅଛି କୋଲକାତା ଆସ । ଆଉ ତାପସ ତୁରନ୍ତ କୋଲକାତା ଚାଲିଯାଇଥିଲେ ।

ସେହିଦିନ ସନ୍ଧ୍ୟାରେ ତାପସଙ୍କ ସ୍ତ୍ରୀ ସୁକାନ୍ତିଙ୍କ ପାଖକୁ ଅଜଣା ଫୋନରୁ କଲ ଆସିଥିଲା । ଅପହୃତ ସ୍ୱାମୀକୁ ମୁକୁଳାଇବାକୁ ୮ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ କିଡନାପର । ଏନେଇ ତାପସଙ୍କ ସ୍ତ୍ରୀ ସୁକାନ୍ତି ସୋର ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତନାଘନା କରିଥିଲା । ଉଦ୍ଧାର ଯୁବକ ଶେଷରେ ନିଜ ଘରେ ପହଞ୍ଚିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.