ଲୁଣା ବ୍ରିଜ୍ ଉପରୁ ଖସିପଡିଥିବା ଯୁବକଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକ : ଦେଖନ୍ତୁ ଉଦ୍ଧାର ବେଳର ଦୃଶ୍ୟ

Published By : Prameya-News7 Bureau | August 21, 2020 IST

ମାର୍ଶାଘାଇ ୨୧।୮: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଲୁଣା ବ୍ରିଜ୍ ଉପରୁ ଜଣେ ଯୁବକ ନଦୀ ଗର୍ଭକୁ ଖସି ପଡିଥିଲେ । ଭାସୁଥିବା ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଛନ୍ତି ।

{"id":318060,"sizeSlug":"large"}

ଯୁବକ ଜଣଙ୍କ ଫୁଟପାଥ ଉପରେ ଚାଲିଚାଲି ଯାଉଥିବା ବେଳେ ଫୁଟପାଥର ସ୍ଲାବ୍ ଖସି ପଡିଥିବାରୁ ଯୁବକ ଜଣଙ୍କ ନଦୀ ଗର୍ଭକୁ ଖସି ପଡିଥିଲେ । ପ୍ରାୟ ନଦୀ ଶ୍ରୋତରେ ୧ କିଲୋମିଟର ଭାସି ଭାସି ଯିବାପରେ ସ୍ଥାନୀୟ ଲୋକମାନେ ବାଲିବୁହା ଡଙ୍ଗା ସାହାଯ୍ୟରେ ଯୁବକ ଜଣଙ୍କୁ ଉଦ୍ଧାର କରିଥିଲେ ।

{"id":318059,"sizeSlug":"large"}

ମାର୍ଶାଘାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ଯୁବକଙ୍କୁ ପ୍ରଥମେ ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଅବସ୍ଥା ଗୁରୁତର ହେବାରୁ ପରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ଯୁବକ ଜଣଙ୍କ ଯାଜପୁର ଜିଲ୍ଲା ବଡଚଣା ଥାନା ଜିଆଗଡ ଗାଁର ମନୁ ନାୟକଙ୍କ ପୁଅ ଅମୂଲ୍ୟ ନାୟକ ବୋଲି ଜଣାପଡିଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.