ନଦୀରେ ଭାସିଯାଉଥିଲେ ବୃଦ୍ଧା, ଡେଇଁପଡି ଉଦ୍ଧାର କଲେ ଯୁବକ
12/06/2020 at 9:19 AM

ଯାଜପୁର ୧୨।୬: ପ୍ରଖର ନଦୀ ସ୍ରୋତରେ ଜଣେ ବୃଦ୍ଧା ଭାସିଯାଉଥିବା ବେଳେ ଜଣେ ଯୁବକ ଉଦ୍ଧାର କରିଛନ୍ତି । ଯାଜପୁର ଜିଲ୍ଲା ବିଞ୍ଝାରପୁର କଲ୍ୟାଣେଶ୍ବର ଅଞ୍ଚଳରେ ଘଟିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ବିଞ୍ଝାରପୁର କଲ୍ୟାଣେଶ୍ବର ନିକଟ ଖରସ୍ରୋତା ନଦୀରେ ମାଂସଡା ଦଧିବାମନପୁର ଅଞ୍ଚଳର ୭୨ ବର୍ଷୀୟ ବୃଦ୍ଧା ମଲ୍ଲୀ ବେହେରା ଗାଧୋଉଥିବା ବେଳେ ପ୍ରଖର ନଦୀ ସ୍ରୋତରେ ଭାସିଯାଇଥିଲେ । ନଦୀରେ କିଛି ବାଟ ଭାସିଯାଉଥିବା ଦେଖି ରଣପୁର ଅଞ୍ଚଳର ଜଣେ ଯୁବକ ମହେଶ୍ବର ମଲ୍ଲିକ ତୁରନ୍ତ ନଦୀ ଭିତରକୁ ପଶି ତାଙ୍କୁ ଉଦ୍ଧାର କରିଥିଲେ । ସେହି ସମୟରେ ଅନ୍ୟ କେତେକ ବ୍ୟକ୍ତି ରଶି ସାହାଯ୍ୟରେ ଉଭୟଙ୍କୁ ନଦୀ ଗର୍ଭରୁ କୂଳକୁ ଟାଣି ଆଣିଥିଲେ । ବୃଦ୍ଧାଙ୍କୁ ଉଦ୍ଧାର କରିବା ପରେ ତାଙ୍କ ହୋସ ଫେରିଥିଲା । ଏବେ ସେ ସୁସ୍ଥ ଥିବା ଜଣାପଡିଛି ।
Related Posts
ହୃଦରୋଗ ପରାମର୍ଶ କେନ୍ଦ୍ର ଉଦଘାଟିତ
28 February 2021
ଭଦ୍ରକ ବାର୍ ଆସୋସିଏସନ ପକ୍ଷରୁ ବାର୍ଷିକ ସମାରୋହ ପାଳିତ
28 February 2021