ରାସ୍ତା କଡରୁ କ୍ଷତବିକ୍ଷତ ଅବସ୍ଥାରେ ଯୁବକ ଉଦ୍ଧାର, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ

Published By : Prameya-News7 Bureau | February 01, 2021 IST

ତେଲକୋଇ ୧।୨: ରାସ୍ତା କଡରୁ କ୍ଷତବିକ୍ଷତ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରାଯାଇଛି । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ପଙ୍ଗା ଗାଁ ନିକଟ ରାସ୍ତା କଡରେ କ୍ଷତବିକ୍ଷତ ଅବସ୍ଥାରେ ଯୁବକ ପଡିରହିଥିଲେ । ମୁମୂର୍ଷୁ ଅବସ୍ଥାରେ ରାସ୍ତା କଡରେ ପଡିରହିଥିବା ବେଳେ କିଛି ଲୋକ କେଥି ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ତେଲକୋଇ ମେଡିକାଲକୁ ପଠାଇଥିଲେ ।

ଗୁରୁତର ଯୁବକ ହେଲେ ଗୁଡିନରଦା ଗାଁର କାଳିଆ ଜୁଆଙ୍ଗ । ଯୁବକଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବାରୁ ସେ କଥା ମଧ୍ୟ କହି ପାରୁନାହାଁନ୍ତି । ରାସ୍ତାରେ ଗଲାବେଳେ ତାଙ୍କୁ କୌଣସି ଗାଡି ଧକ୍କା ଦେଇଛି କିମ୍ବା ଅନ୍ୟ କୌଣସି କାରଣରୁ ସେ କ୍ଷତବିକ୍ଷତ ହୋଇଛନ୍ତି ଏପର୍ଯ୍ୟନ୍ତ ତାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.