Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଦୀର୍ଘ ୨୦ ଦିନ ହେବ ସନ୍ଦେହଜନକ ଭାବେ ରାସ୍ତା କଡରେ ପଡିଥିଲେ ଯୁବକ, ସ୍ଥାନୀୟ ଯୁବକମାନେ କଲେ ଉଦ୍ଧାର

27/10/2020 at 11:37 AM

ଜୟପୁର ୨୭।୧୦: ଦିନେ କି ଦୁଇ ଦିନ ନୁହଁ, ଅଖିଆ ଅପିଆ ୨୦ଦିନ ହେବ ଜୟପୁର ସ୍ଥିତ ଏକ ବ୍ୟସ୍ତ ବହୁଳ ୟେଲୋ ବ୍ରିଜ୍ ନିକଟରେ ପଡି ରହିଥିଲେ ଜଣେ ଯୁବକ । ତାଙ୍କ ଅବସ୍ଥା ଏମିତି ଥିଲା ଯେ ନା ସେ ଠିକରେ କଥା କହି ପାରୁଥିଲେ ନା ଉଠିକି ବସି ପାରୁଥିଲେ । ଶାରୀରିକ ଦୁର୍ବଳତା କାରଣରୁ ସେ ସମ୍ପୂର୍ଣ୍ଣ ଅସୁସ୍ଥ ହୋଇପଡିଥିଲେ ।

ରାସ୍ତା କଡରେ ସେ ଏପରି ଦୟନୀୟ ଅବସ୍ଥାରେ ପଡି ରହିଥିଲେ ବି ଲୋକ ବାଟ ଭାଙ୍ଗି ଚାଲି ଯାଉଥିଲେ ସିନା କେହି ଯୁବକଟିକୁ ଉଦ୍ଧାର କରିବାକୁ ଆଗେଇ ଆସୁନଥିଲେ । ଏପରିକି ପୋଲିସ ଓ ଆମ୍ବୁଲାନ୍ସକୁ କିଛି ଯୁବକ ଏ ସଂପର୍କରେ ସୂଚନା ଦେଇଥିଲେ ବି ଠିକ୍ ସମୟରେ ସହାୟତା ମିଳିନଥିଲା । ଶେଷରେ କିଛି ସ୍ବେଚ୍ଛାସେବୀ ଯୁବକଙ୍କୁ ଉଦ୍ଧାର ବାଇକରେ ନେଇ ପ୍ରଥମେ ଜୟପୁରର ସହରାଞ୍ଚଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସେ ତାଙ୍କ ସଂପର୍କରେ ଠିକରେ କିଛି କହି ପାରୁନଥିବା ବେଳେ ତାଙ୍କ ଘର କେନ୍ଦୁଝରରେ ବୋଲି କହୁଛନ୍ତି । ତେବେ ସେ ଜୟପୁରକୁ କିପରି ଆସିଲେ ଓ ରାସ୍ତା କଡରେ ଏତେ ଦିନ ଅଖିଆ ଅପିଆ ହୋଇ ପଡି ରହିଲେ ତାହା ବି ସ୍ପଷ୍ଟ ହୋଇ ପାରିନି । କେହି ନିଶା ଦେଇ ତାଙ୍କୁ ଲୁଟ୍ କିମ୍ବା ଅପହରଣ କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ।

   Related Posts