Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ ଯୁବକ, ଗଛରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

29/08/2020 at 10:08 AM

ଭଦ୍ରକ ୨୯।୮: ବନ୍ୟାଞ୍ଚଳରୁ ବନ୍ୟା ପାଣିରେ ଭାସିଯାଇଥିଲେ । ଭାସୁ ଭାସୁ ଗଛଡ଼ାଳ ଧରି ଅଟକି ଗଲେ । ଦୀର୍ଘ ସମୟ ଅଟକିବା ପରେ ସାହାଯ୍ୟ ପାଇଁ ଚିତ୍କାର କଲେ । ସ୍ଥାନୀୟ ଲୋକ ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନକୁ ଜଣାଇଲେ । ପରେ ଆରମ୍ଭ ହେଲା ଉଦ୍ଧାର କାର୍ଯ୍ୟ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲେ ଅଗ୍ନିଶମ ବାହିନୀ ।

ନଦୀ ପାଣିର ସ୍ରୋତ ପ୍ରଖର ଥିଲା । ଆନ୍ଧାର ରାତିରେ ଗଛରେ ଅଟକିଥିବା ବ୍ୟକ୍ତିଙ୍କୁ ଠାବ କରିବା ବହୁତ ମୁସକିଲ ହୋଇଯାଇଥିଲା । ରାତିରେ ଟର୍ଚ୍ଚ ସାହାଯ୍ୟରେ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ସଫଳ ହୋଇଥିଲେ ଅଗ୍ନିଶମ ବାହିନୀ କର୍ମଚାରୀ । ଶେଷରେ ଯୁବକ ଜଣଙ୍କ ଉଦ୍ଧାର ହୋଇଥିଲେ ।

ଉଦ୍ଧାର ଯୁବକଙ୍କ ନାମ ପ୍ରତାପ ବାରିକ । ପ୍ରତାପଙ୍କ ଘର ଦୋହରାପାଟଣା । ସେ ଭଦ୍ରକରେ ରହି କାମ କରୁଥିଲେ । ଘରୁ ଜରୁରୀ ଫୋନ ପାଇ ଫେରୁଥିଲେ । ସେ ନିଜ ଘରକୁ ଯାଉଥିବା ବେଳେ କୋଠର ନିକଟ ଘୋଷରାରେ ଭାସିଯାଇଥିଲେ ।

   Related Posts