ରକ୍ତ ଜୁଡୁବୁଡୁ ଅବସ୍ଥାରେ ବନ୍ଦଘର ଭିତରୁ ଯୁବକ ଉଦ୍ଧାର : ଗୁପ୍ତାଙ୍ଗରେ ଗଭୀର କ୍ଷତ

Published By : Prameya-News7 Bureau | April 26, 2019 IST

ପାଟଣା ୨୬|୪: କେନ୍ଦୁଝର ଜିଲ୍ଲା ପାଟଣା ଥାନା ସଅଁରାପଶି ଗ୍ରାମର ଏକ ବନ୍ଦ ସ୍କୁଲ ଘର ଭିତରରୁ ଜଣେ ଯୁବକଙ୍କୁ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଗୁରୁତର ଯୁବକ ହେଲେ ସେହି ଗ୍ରାମର ଦୀପକ ମହାନ୍ତ। ଦୀପକଙ୍କ ଗୁପ୍ତାଙ୍ଗରେ ଗଭୀର କ୍ଷତ ହୋଇଥିବା ବେଳେ ପ୍ରକୃତ କାରଣ କଣ ଜଣା ପଡ଼ିନାହିଁ ।

{"id":107431}

ଦୀପକ ଏକ ଟେଣ୍ଟ ହାଉସ ମାଲିକ ଘରଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖି ପରିବାର ଲୋକେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଘଟଣା ସ୍ଥଳରେ ପାଟଣା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ଅବସ୍ଥା ଗୁରୁତ୍ତର ହେବାରୁ ଦୀପକଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.