ସେଲ୍‌ଫି ଭିଡିଓ କରି ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ

Published By : Prameya-News7 Bureau | December 11, 2018 IST

ମୁମ୍ବାଇ ୧୧|୧୨: ମହାରାଷ୍ଟ୍ରରେ ୨୮ବର୍ଷୀୟ ଜଣେ ଯୁବକ ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଏଭଳି ଘଟଣା ଘଟିଛି ମହାରାଷ୍ଟ୍ର କଲ୍ୟାଣ ରେଳ ଷ୍ଟେସନରେ ନିକଟରେ । ମୃତ ଯୁବକ ହେଲେ ରୋହିତ ପରଦେଶୀ । ରୋହିତ ଆତ୍ମହତ୍ୟା କରିବା ପୂର୍ବରୁ ମୋବାଇଲ ଫୋନ୍ ରେ ସେଲଫି ଭିଡିଓ ରେକର୍ଡ କରିଥିଲେ । ରୋହିତ ରେକର୍ଡ କରିଥିବା ସେହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୂଚନା ଅନୁସାରେ ୨୮ବର୍ଷୀୟ ରୋହିତ ପରଦେଶୀ କଲ୍ୟାଣର ଖଡକପାଡା ଅଞ୍ଚଳରେ ରହୁଥିଲେ । ଶୁକ୍ରବାର ସକାଳେ କଲ୍ୟାଣ ରେଲଓ୍ବେ ପୋଲିସକୁ ରୋହିତଙ୍କ ମୃତଦେହ ପଟ୍ରି ପୁଲ ନିକଟରୁ ମିଳିଥିଲା । ଏହାସହ ତାଙ୍କ ମୃତଦେହ ନିକଟରୁ ମୋବାଇଲ୍ ଫୋନ୍ ମଧ୍ୟ ପୋଲିସକୁ ମିଳିଥିଲା । ସେହି ମୋବାଇଲ ଫୋନ୍ ରେ ରୋହିତ ଆତ୍ମହତ୍ୟା କରିବା ପୂର୍ବରୁ ରେକର୍ଡ କରିଥିବା ଭିଡିଓ ପୋଲିସକୁ ମିଳିଥିଲା ।

ରୋହିତ ରୋକର୍ଡ କରିଥିବା ଭିଡିଓରେ ଏହା କହୁଥିବା ଶୁଣିବାକୁ ମିଳିଥିଲା ଯେ, 'ମୋ ଭାଇ ବ୍ୟତୀତ ମୋର ଏ ଦୁନିଆରେ କେହି ନାହିଁ । ମୋର ସମସ୍ତ ସମ୍ପତ୍ତି ମୋ ଭାଇ ନାଁରେ ହେବା ଉଚିତ୍ । ମୋ ଆତ୍ମହତ୍ୟା ପାଇଁ କେହି ବି ଦାୟୀ ନାହାଁନ୍ତି ।'

ପୋଲିସ ରୋହିତଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଦେବା ସହ ମୋବାଇଲ୍ ଫୋନ୍ ଜବତ କରିଛି । ରୋହିତ କାହିଁକି ଆତ୍ମହତ୍ୟା କରିଛି, ନିଜ ଆତ୍ମହତ୍ୟା ପାଇଁସେ କାହାକୁ ଦାୟୀ କରିନାହିଁ, ତାହାଲେ ସେ କାହିଁକି ଆତ୍ମହତ୍ୟା କଲା, ରୋହିତ କଣ ମାନସିକ ସନ୍ତୁଳନ ହରାଇ ବସିଥିଲା ଏଭଳି ଅନେକ ପ୍ରଶ୍ନ ଉଠୁଛି ରୋହିତଙ୍କ ମୃତ୍ୟୁକୁ ନେଇ । ପୋଲିସ ଏ ଘଟଣାକୁ ସବୁ ଦୃଷ୍ଟିରୁ ଯାଞ୍ଚ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.