Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଲିଭଇନ ରିଲେସନସିପକୁ ବିରୋଧ କଲେ ବାପା ; ପ୍ରତିଶୋଧରେ ୭ ବର୍ଷର ଝିଅକୁ ଦୁଷ୍କର୍ମ ଓ ହତ୍ୟା

27/11/2018 at 11:50 AM

ଦିଲ୍ଲୀରେ ଲିଭଇନ ରିଲେସନସିପକୁ ବିରୋଧ କରିବା ପରେ ଜଣେ ବ୍ୟକ୍ତି ଗୋଟିଏ ୭ ବର୍ଷର ନାବାଳିକା ସହ ଦୁଷ୍କର୍ମ ପରେ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି | ଘଟଣାଟି ନଭେମ୍ବର ୧୬ ତାରିଖ ଦିନର | ଦୁଷ୍କର୍ମକାରୀ ରୋହିତକୁ ସୋମବାର ଦିନ ଦିଲ୍ଲୀର ଆଦର୍ଶ ନଗରରୁ ପୋଲିସ ଗିରଫ କରିଥିଲା |

ସୂଚନାଯୋଗ୍ୟ ଯେ, ଉତ୍ତର ପଶ୍ଚିମ ଦିଲ୍ଲୀର ଡିସିପି ଆସଲାମ ଖାନ ୨୦ ବର୍ଷ ବୟସ୍କ ରୋହିତ ଦୁଇ ମାସ ପୂର୍ବରୁ ସେହି ଅଂଚଳରେ ଏକ ଘର ଭଡା ନେଇ ରହୁଥିଲା | ସେ ଜଣେ ଯୁବତୀଙ୍କ ସହ ଲିଭଇନରେ ରହୁଥିଲା | ପ୍ରଥମେ ପ୍ରଥମେ ସେମାନେ ବିବାହିତ ବୋଲି କହି ସେହି କଲୋନୀରେ ରହୁଥିଲେ | କିନ୍ତୁ ତାଙ୍କ ରଙ୍ଗ ଢଙ୍ଗ ଦେଖି ପଡୋଶୀ ସନ୍ଦେହ କରିଥିଲେ | ଏହାପରେ ବାରମ୍ବାର ପଚାରିବାରୁ ସେମାନେ ସତ କଥା କହିଥିଲେ ଯେ, ଉଭୟ ଲିଭଇନରେ ରହୁଛନ୍ତି | ପୋଲିସ କହୁବାନୁଯାୟୀ, ରୋହିତର ପୂର୍ବରୁ ଅପରାଧିକ ରେକର୍ଡ ମଧ୍ୟ ରହିଥିଲା |

ରୋହିତ ଜଣେ ନାବାଳିକାଙ୍କ ସହ ଲିଭାଇନ ରହୁଥିବା କଥା ଜାଣିବା ପରେ କଲୋନୀ ଲୋକେ ଆପତ୍ତି କରିଥିଲେ | ଜଣେ ବ୍ୟକ୍ତି ତାଙ୍କୁ ସେହି କଲୋନୀ ଛାଡି ଅନ୍ୟ କେଉଁଆଡେ ଯାଇ ରହିବାକୁ କହିଥିଲେ | କିନ୍ତୁ କଲୋନୀ ଲୋକଙ୍କ ଆପତ୍ତି ପରେ ନାବାଳିକା ରୋହିତକୁ ଛାଡି ନିଜ ବାପା ମାଙ୍କ ସହ ରହିବାକୁ ଚାଲିଯାଇଥିଲେ | ଏନେଇ ସେହି ବ୍ୟକ୍ତି ଜଣକ ରୋହିତକୁ କଲୋନୀ ଲୋକଙ୍କ ସାମ୍ନାରେ ଅପମାନିତ କରିଥିଲେ |

ଏହି ସବୁ ଘଟଣାରେ ଉତକ୍ଷିପ୍ତ ହୋଇ ଏବଂ ପ୍ରତିଶୋଧ ନେବା ପାଇଁ ଯୋଜନା କରିଥିଲା | ଯେଉଁ ବ୍ୟକ୍ତି ତାକୁ କଲୋନୀଲୋକଙ୍କ ସାମ୍ନାରେ ଅପମାନିତ କରିଥିଲେ ରୋହିତ ତାଙ୍କର ୭ ବର୍ଷର ଝିଅକୁ ସ୍କୁଲ ଯିବା ବାଟରୁ ଉଠାଇ ନେଇଥିଲା | ଏହାପରେ ନାବାଳିକାଙ୍କ ସହ ଦୁଷ୍କର୍ମ କରି ହତ୍ୟା କରିଦେଇଥିଲା | ହତ୍ୟା ପରେ ନାବାଳିକାଙ୍କ ମୃତଦେହକୁ ଫୋପାଡ଼ି ଦେଇଥିଲା | ଘରଠୁ ୨ କି:ମି: ଦୂରରେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା | ସୋମବାର ଦିନ ପୋଲିସ ରୋହିତକୁ ଗିରଫ କରିଛି | ତେବେ କଲୋନୀରେ ସେହି ବ୍ୟକ୍ତି ତାର ପ୍ରେମ ସମ୍ପର୍କକୁ ବର୍ବାଦ କରିଦେଇଥିବା ଯୋଗୁଁ ସେ ପ୍ରତିଶୋଧ ନେବା ପାଇଁ ଏଭଳି କରିଥିବା ନିଜେ ସ୍ୱୀକାର କରିଛି |

   Related Posts