ଜ୍ୱର ପାଇଁ ରକ୍ତ ପରୀକ୍ଷା କରିବାକୁ ଯାଇଥିବା ଯୁବକଙ୍କୁ ଦର୍ଶାଇଲେ ଗର୍ଭବତୀ : କ୍ଲିନିକ ବନ୍ଦ କରି ଡାକ୍ତର ଫେରାର

Published By : Prameya-News7 Bureau | July 07, 2019 IST

ଭିଣ୍ଡ ୭/୭ : ବାରମ୍ବାର ଜ୍ୱର ହେଉଥିବାରୁ ଜଣେ ଯୁବକ ଏକ ପାଥୋଲୋଜି ସେଣ୍ଟରକୁ ରକ୍ତ ପରୀକ୍ଷା କରାଇବା ପାଇଁ ଯାଇଥିଲେ । ତାଙ୍କୁ କାଳେ ମ୍ୟାଲେରିଆ କିମ୍ବା ଟାଇଫଏଡ ଜ୍ୱର ହୋଇଥିବା ଆଶଙ୍କାରେ ଡାକ୍ତର ତାଙ୍କୁ ରକ୍ତ ପରୀକ୍ଷା ପାଇଁ କହିଥିଲେ । ସେ ରକ୍ତ ପରୀକ୍ଷା କରି ଘରକୁ ଫେରିଗଲେ । ସନ୍ଧ୍ୟାରେ ରିପୋର୍ଟ ନେବା ପାଇଁ ଆସିଲେ । ରିପୋର୍ଟରେ ଯାହା ଲେଖାଥିଲା ତାକୁ ଦେଖି ତାଙ୍କ ମୁଣ୍ଡ ଚକ୍କର ହୋଇଗଲା । ରିପୋର୍ଟରେ ଯୁବକ ଗର୍ଭବତୀ ଥିବା ଲେଖାଯାଇଥିଲା ।

{"id":131267,"width":576,"height":367}

ଆଶ୍ଚର୍ଯ୍ୟଜନକ ମାମଲା ମଧ୍ୟପ୍ରଦେଶ ଭିଣ୍ଡ ଅଂଚଳର । ସୂଚନା ଅନୁଯାୟୀ, ଭିଣ୍ଡ ଜିଲ୍ଲାର ଶ୍ୟାମ ପାଥୋଲୋଜି ସେଣ୍ଟରକୁ ସୁରେଶ ନାମକ ଯୁବକ ରକ୍ତ ପରୀକ୍ଷା ପାଇଁ ଯାଇଥିଲେ । ଜ୍ୱର ପାଇଁ ରକ୍ତ ପରୀକ୍ଷା କରାଇଥିବା ସୁରେଶଙ୍କ ରିପୋର୍ଟରେ ଗର୍ଭବତୀ ଥିବା ଦର୍ଶାଯାଇଥିଲା । ରିପୋର୍ଟ ଦେଖି ସୁରେଶ ଡରି ଯାଇଥିଲେ । ଏହାପରେ ସୁରେଶ ରିପୋର୍ଟ ନେଇ ଡାକ୍ତରଙ୍କ ପାଖକୁ ଯାଇଥିଲେ । 

{"id":131264}

ରିପୋର୍ଟ ଦେଖି ଡାକ୍ତର ସୁରେଶଙ୍କୁ କହିଥିଲେ ଡରିବା କିଛି ଆବଶ୍ୟକ ନାହିଁ । ସେ ଅନ୍ୟ କେଉଁ ପାଥୋଲୋଜିରେ ଯାଇ ରକ୍ତ ପରୀକ୍ଷା କରନ୍ତୁ ବୋଲି ତାଙ୍କୁ ପରାମର୍ଶ ଦେଇଥିଲେ । କିନ୍ତୁ ଏହାପରେ ଡାକ୍ତର ବର୍ମା ନିଜ କ୍ଲିନିକ ବନ୍ଦ କରି ଫେରାର ହୋଇଯାଇଥିଲେ ।

{"id":131268,"width":583,"height":326}

ଭୁଲ ରିପୋର୍ଟ ମାମଲା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ସେହି ପାଥୋଲୋଜିରେ ଚଢ଼ଉ କରିଥିଲା । ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଶ୍ୟାମ ପାଥୋଲୋଜି ଛଡା ଜୀବନ ରକ୍ଷକ ପାଥୋଲୋଜି ଏବଂ ବିଆରଏମ ପାଥୋଲୋଜିକୁ ସିଲ କରିଦେଲେ । ସ୍ୱାସ୍ଥ୍ୟ ବିଭାଗ କହିବାନୁଯାୟୀ, ଏହିସବୁ ପାଥୋଲୋଜି ରେଜିଷ୍ଟ୍ରେସନ ହୋଇନଥିଲା । ଏହିସବୁ ପାଥୋଲୋଜି ବେଆଇନ ଭାବେ ଚାଲୁଥିଲା । ଭୁଲ ରିପୋର୍ଟ ପ୍ରଦାନ ମାମଲାରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.