Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

କରୋନା ଯୁଦ୍ଧରେ ହାରିଗଲେ ଯୁବ ପୋଲିସ ଅଫିସର, ୧୫ ଦିନ ସଙ୍ଘର୍ଷ ପରେ ବୁଜିଲେ ଆଖି

8/09/2020 at 5:16 PM

ଝାରସୁଗୁଡା, ୦୮|୦୯  : ଶେଷରେ କରୋନା ଯୁଦ୍ଧରେ ହାରିଗଲେ ଯୁବ ପୋଲିସ ଅଫିସର। ପୋଲିସ ଚାକିରୀରେ ଯୋଗଦେଇ ଦେଶସେବା କରିବାକୁ ଶପଥ ନେଇଥିବା ଏହି ଯୁବ ଅଧିକାରୀଙ୍କ ଅକାଳ ବିୟୋଗ ପୋଲିସ ବିଭାଗର ମନୋବଳକୁ ଦୋହଲାଇ ଦେଇଛି।

କରୋନାରେ ଆକ୍ରାନ୍ତ ହେବା ପରେ ପ୍ରାୟ ୧୫ ଦିନ ଜୀବନ ସହ ସଂଗ୍ରାମ କରି ଶେଷରେ ହାରିଗଲେ ଏହି ଯୁବ ଅଫିସର ରାଜକିଶୋର ସାମଦ । କୋଭିଡ ନିୟମ ଅନୁସାରେ ମଙ୍ଗଳବାର ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜକିଶୋରଙ୍କ ଅନ୍ତ୍ୟେଷ୍ଟି କ୍ରିୟା କରାଯାଇଛି। ତାଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଜିଲାପାଳ ସରୋଜ ସାମଲ ଓ ଏସପି ରାହୁଲ ପିଆରଙ୍କ ଅନେକ ବରିଷ୍ଠ ଅଧିକାରୀ।

ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନାର ଏସଆଇ ରାଜକିଶୋରଙ୍କୁ ଜିଲ୍ଲା ପୋଲିସ ଓ ପ୍ରଶାସନ ପକ୍ଷରୁ ରାଜ୍ୟ ସମ୍ମାନରେ ସମ୍ମାନିତ କରାଯିବା ସହ କୋଭିଡ-୧୯ର ସମସ୍ତ ନିୟମ ଅନୁସାରେ ଶେଷକୃତ୍ୟ ସମ୍ପନ୍ନ କରାଯଇଥିଲା ।

ସୂଚନାନୁଯାୟୀ, ମହାମାରୀ କରୋନାରୁ ଜିଲ୍ଲାବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ କର୍ତ୍ତବ୍ୟ କରୁଥିବାବେଳେ ଗତ ୧୭ ତାରିଖରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ପରେ ତାଙ୍କୁ ଝାରସୁଗୁଡ଼ାସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା। ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭେଣ୍ଟିଲେଟରରେ ରଖିବା ସହ ପ୍ଲାଜମା ଥେରେପି ମଧ୍ୟ ପ୍ରଦାନ କରାଯାଇଥିଲା। ଏହାସତ୍ୱେ ସେ କୋରୋନା ଯୁଦ୍ଧରେ ହାରିଯାଇ ମଙ୍ଗଳବାର ଆଖି ବୁଜିଛନ୍ତି। ତେବେ ଶ୍ରୀ ସାମଦ ପୂର୍ବରୁ ମଧୁମେହ ରୋଗରେ ଆକ୍ରାନ୍ତ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

   Related Posts