Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ନଦୀରେ ୨୦ କି.ମି. ଭାସିଗଲେ ଯୁବକ, ଢେଙ୍କାନାଳରୁ ବୁଡିଗଲେ ଜେନାପୁରରୁ ଉଦ୍ଧାର ହେଲେ

14/09/2021 at 8:58 PM

ଚଣ୍ଡିଖୋଲ, ୧୪/୦୯: ରଖେ ହରି ତ ମାରେ କିଏ ? ଦୀର୍ଘ ୨୦ କିଲୋମିଟର ନଦୀରେ ଭାସି ଯିବା ପରେ ଜଣେ ଯୁବକ ନଦୀରୁ ଉଦ୍ଧାର ହୋଇଛନ୍ତି । ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଏଣ୍ଡଳବା ଗ୍ରାମ ପଂଚାୟତରେ । ଢେଙ୍କାନାଳ ଜିଲ୍ଲାରୁ ଜଣେ ଯୁବକ ବ୍ରାହ୍ମଣୀ ନଦୀରେ ଭାସି ଯାଇଥିବା ଖବର ଆସିଥିଲା । ଏ ନେଇ ଧର୍ମଶାଳା ବ୍ଲକର ଏଣ୍ଡଳବା ନୌକା ଘାଟରେ କିଛି ଲୋକ ନଦୀରେ ଜଣେ କିଏ ବୁଡି ଯାଉଥିବା ଦେଖିବାକୁ ପାଇଥିଲେ । ସ୍ଥାନୀୟ ଅଂଚଳର କିଛି ନାଉରି ଡ଼ଙ୍ଗା ସାହାଯ୍ୟରେ ନଦୀର ୫ କିଲୋମିଟର ଦୂରକୁ ଯାଇ ଯୁବକକଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ।

ଯୁବକ ଜଣକ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସ୍ଥିତ ପଣ୍ଡୁଆ ଗ୍ରାମର ସୁଶାନ୍ତ ବାରିକଙ୍କ ପୁଅ ଅଲ୍ଲା ବାରିକ । ସେ ମାମୁଁ ଘର ଦିଗାମ୍ବରପୁର ଠାରେ ରହୁଥିବା ବେଳେ ନଦୀରେ ଗାଧୋଉ ଥିଲେ । ଏହି ସମୟରେ ଗୋଡ଼ ଖସି ଯିବାରୁ ସେ ନଦୀରେ ବୁଡି ଯାଇଥିଲେ । ଲଗାଣ ବର୍ଷାରେ ବ୍ରହ୍ମଣୀ ନଦୀର ଜଳ ସ୍ତର ବୃଦ୍ଧି ପାଇଥିବା ବେଳେ ୨୦ କିମି ଯୁବକ ଜଣକ ନଦୀରେ ବୁଡି ଏଣ୍ଡଳବା ଠାରେ ଉଦ୍ଧାର ହୋଇଛନ୍ତି । ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଥିବା ବେଳେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ମେଡିକାଲକୁ ପଠାଇ ଦିଆ ଯାଇଛି । ନଦୀର ଜଳ ସ୍ତରକୁ ଖାତିର ନକରି ଯୁବକଙ୍କୁ ଉଦ୍ଧାର କରିଥିବା ନାଉରିଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳ ଲୋକାରଣ୍ୟ ହୋଇ ପଡିଥିଲା ।

   Related Posts