ପୋଲ ଉପରେ ଦୁଇ ବାଇକ୍ ଧକ୍କା – ବାଇକ୍ରୁ ନଦୀରେ ଖସି ଯୁବକ ନିଖୋଜ
26/10/2019 at 7:12 PM

ସୋର ୨୬।୧୦- ବାଲେଶ୍ୱର ସୋର ନିକଟରେ କୁରୁଡା ନଦୀ ଉପରେ ଥିବା ପୋଲ ଉପରେ ଦୁଇ ବାଇକ୍ ଧକ୍କା । ଜଣେ ବାଇକ୍ ଆରୋହୀ ଏହାପରେ ନଦୀ ଭିତରେ ଖସି ପଡିଛନ୍ତି । ଖସି ପଡିଥିବା ବାଇକ୍ ଆରୋହୀଙ୍କର ନାମ ହୁରିଆ ମାଝି । ତାଙ୍କ ଗର ଭଦ୍ରକ ଜିଲ୍ଲା ଦଧିବାମନପୁରରେ ।
ନଦୀରେ ପଡିବା ପରେ ହୁରିଆଙ୍କର କୌଣସି ପତ୍ତା ମିଳୁ ନାହିଁ । ଅଗ୍ନିଶମ ବିଭାଗ ପକ୍ଷରୁ ଘଟଣାସ୍ଥଳରେ ପହଞ୍ଚି ତଲାସୀ ଅଭିଯାନ ଜାରି ରଖିଛନ୍ତି ।