ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ପିଟି ପିଟି ହତ୍ୟା
29/12/2018 at 9:56 AM

ଢେଙ୍କାନାଳ ୨୯|୧୨: ଯୁବକଙ୍କୁ ପିଟି ପିଟି ହତ୍ୟା । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗଦାଶିଳା ଗାଁର ଘଟଣା । ମୃତକ ହେଲେ ସେହି ଗାଁର ସୂର୍ଯ୍ୟ ନାରାୟଣ ସାହୁ ।
ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଗଦାଶିଳା ସ୍କୁଲ ନିକଟରେ ସୂର୍ଯ୍ୟଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଏହି ଖବର ପାଇ ତାଙ୍କୁ ପରିବାର ଲୋକେ ହସପିଟାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ତାଙ୍କୁ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ଛାନଭିନ କରୁଛି ସଦର ଥାନା ପୋଲିସ ।