Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା : ଜମି ବିବାଦରୁ କରାଯାଇଥିଲା ହତ୍ୟା

20/08/2019 at 11:41 AM

କଳାହାଣ୍ଡି ୨୦|୮: କଳାହାଣ୍ଡି ମୀନଗୁର ପଞ୍ଚାୟତ ଭଇଁରୀ ଗାଁରେ ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ । ଆତ୍ମହତ୍ୟା ନୁହେଁ ଜମି ବିବାଦରୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛି ପୋଲିସ । ମୃତ ଯୁବକ ଭଇଁରୀ ଗାଁର ଚୈତନ୍ୟ ନାୟକ । ଜମି ବିବାଦ ପାଇଁ ସେ ନିଜ ଗାଁ ଛାଡି ପାଖ ଗାଁରେ ରହୁଥିଲେ । ସେଠାରେ ଚାଷ କରି ଚଳୁଥିଲେ ।

ଗତକାଲି ଜମି ଦେଖିବାକୁ ଆସି ଆଉ ଘରକୁ ଫେରି ନ ଫେରିବାରୁ ତାଙ୍କ ମାଆ ଆସିବାରୁ ଚୈତନ୍ୟଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ । ପୁଅକୁ ହତ୍ୟା କରାଯାଇଥିବା ସେ କୁଟ୍ର ଫାଣ୍ଡିରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଛାନଭିନ ଚଳାଇଥିଲା । ପ୍ରାଥମିକ ତଦନ୍ତ ପରେ ଚୈତନ୍ୟଙ୍କ ବଡବାପା ନିରାକାର ନାଏକ ଓ ତାଙ୍କ ପୁଅ ଦେବକୁମାର ନାଏକଙ୍କୁ ଅଟକ ରଖି ପଚରାଉଚରା କରୁଛି ।

   Related Posts