Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଛାତରୁ ସାଙ୍ଗକୁ ଠେଲି ଦୁଇ ଜଣ ସାଙ୍ଗ ହତ୍ୟା କରିଥିବା ଅଭିଯୋଗ ; ଜଣେ ଅଟକ, ଜଣେ ଫେରାର

19/08/2019 at 10:20 AM

ଝାରସୁଗୁଡା ୧୯|୮: ଛାତ ଉପରୁ ଠେଲି ଜଣେ ଯୁବକଙ୍କୁ ଦୁଇଜଣ ସାଙ୍ଗ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ତାଳପଟିଆ ପୋଲିସ ଜଣକୁ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇ ଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି ତପନ ସାହୁ। ଝାରସୁଗୁଡା ଜିଲ୍ଲା ଦୁର୍ଲଗାରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ୩ ଜଣ ସାଙ୍ଗ ଏକାଠି ମଦ ପିଇବା ପରେ ନିଶାଗ୍ରସ୍ତ ଅବସ୍ଥାରେ ଗଣ୍ଡଗୋଳ କରିଥିଲେ। ୩ ଜଣଙ୍କ ମଧ୍ୟରେ ମାରପିଟ ହେବା ପରେ ଦୁଇ ସାଙ୍ଗ ଦେବରାଜ ସିଂ ଓ ଦେବେନ୍ଦ୍ର କାହାଳି ଦୁର୍ଲଗାରେ ଥିବା ଏକ ଗ୍ୟାରେଜ ଛାତ ଉପରକୁ ତପନକୁ ଡାକିନେଇ ଛାତ ଉପରୁ ତଳକୁ ଠେଲି ଦେଇଥିବା ଜଣାପଡିଛି । ଘଟଣାସ୍ଥଳରେ ତପନର ମୃତ୍ୟୁ ହୋଇଥିଲା। ଖବରପାଇ ତାଳପଟିଆ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

   Related Posts