ପ୍ରେମ ବିବାହ ସାଜିଲା କାଳ : ଭିଏସଏସ ନଗରରେ ଯୁବକଙ୍କୁ ପିଟି ପିଟି ହତ୍ୟା
13/10/2019 at 11:00 AM

ଭୁବନେଶ୍ବର ୧୩/୧୦: ଭୁବନେଶ୍ବର ଭିଏସ୍ଏସ୍ ନଗରୁ ଯୁବକଙ୍କ ମୃତ ଦେହ ଉଦ୍ଧାର । ମୃତକ ହେଲେ ନୟାଗଡ ସୁନାଖଳାର ଅବିନାଶ ପାଇକରାୟ । ଗତକାଲି ବିଳମ୍ବିତ ରାତିର ଅବିନାଶଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ପ୍ରେମ ସମ୍ପର୍କକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସେ ରାଜ୍ୟ ସଂଗ୍ରହାଳୟରେ ଅସ୍ଥାୟୀ କର୍ମଚାରୀ ଭାବେ କାମ କରୁଥିଲେ । ୨ ବର୍ଷ ତଳେ କୋର୍ଟ ମ୍ୟାରେଜ୍ କରିଥିଲେ ବୋଲି ଜଣାପଡିଛି । ସହିଦ ନଗର ଥାନାରେ ପରିବାର ପକ୍ଷରୁ ଏତଲା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
