ହ୍ବାଟସଆପରେ ଭାଇଙ୍କୁ ମେସେଜ ପଠାଇଲେ ଯୁବକ , ‘‘ମୋତେ ବଞ୍ଚାଅ,ଏମାନେ ମୋତେ ମାରିଦେବେ’’ : ତା’ପରେ….

Published By : Prameya-News7 Bureau | June 16, 2019 IST

ଫୁଲପୁର ୧୬/୬: ନିକଟରେ ବାରଣାସୀ ଜିଲ୍ଲାର ଫୁଲପୁର ଥାନା ଅଞ୍ଚଳର ଖାଲିସପୁରରେ ଏକ ଛାତି ଥରେଇଦେବା ଭଳି ଘଟଣା ସାମନାକୁ ଆସିଛି ଯାହା ଶୁଣି ଆପଣଙ୍କ ଆତ୍ମା ଥରିଯିବ। ସୂଚନା ଅନୁଯାୟୀ ରେଲଓ୍ବେ ଟ୍ରାକରେ ଜଣେ ୨୨ବର୍ଷ ବୟସ୍କ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି। ଏହି ଯୁବକଙ୍କ ନାଁ ଶୁଭମ୍ ଯାଦବ। ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ତାଙ୍କର ହତ୍ୟା କରାଯାଇଛି।
ମୃତକଙ୍କ ଦାଦା ପୁଅ ଭାଇ କହିଛନ୍ତି ଯେ ତାଙ୍କ ହ୍ବାଟସଆପରେ ଶୁଭମ୍ ମ୍ୟାସେଜ କରିଥିଲେ ଯେ ‘ମୋତେ ୧୦ଜଣ ଉଠାଇ ନେଉଛନ୍ତି,ମୋ ବାଇକ୍ ମଞ୍ଝଓ୍ବା ପାଖରେ ଛିଡ଼ା ହୋଇଛି। ମୋତେ ଏହି ଲୋକେ ମାରି ଦେବେ। ଦାଦା ପୁଅ ଭାଇ ଚନ୍ଦ୍ରଶେଖରଙ୍କୁ ରାତି ୧ଟାରେ ଶୁଭମ୍ ନିଜର ମୃତ୍ୟୁର ଶେଷ ଖବର ହ୍ବାଟସଆପରେ ପଠାଇଥିଲେ। ସେ ଲେଖିଥିଲେ,‘ହାୟ,ଏହି ଲୋକମାନେ ମୋତେ ମାରିଦେବେ। ମୁଁ ବାଇକ୍ ଛାଡ଼ି ଦେଇଛି। ରେଲଓ୍ବେ ଟ୍ରାକ୍ ପାଖକୁ ନେଇ ଯାଉଛନ୍ତି। ମୁଁ ଶର୍ଟରେ ବହୁତ କିଛି ଲେଖିଛି,ମୋତେ ବଞ୍ଚାଅ।
ଦାଦା ପୁଅ ଭାଇ ଚନ୍ଦ୍ରଶେଖର କହିଛନ୍ତି ଶୁଭମ୍ ଗୁରୁବାର ରାତିରେ ଚାରୋଗାଁଓକୁ ବିବାହ ଉତ୍ସବରେ ଯାଇଥିଲେ। ସେ ମେଧାବୀ ଛାତ୍ର ହୋଇଥିବା କାରଣରୁ ସେ ନିଜର ଏକ ଭିଡିଓ କରିବାକୁ ପ୍ରସ୍ତୁତି କରୁଥିଲେ। ଶୁଭମର ବାପା ଜଣେ ଟ୍ରକ୍ ଡ୍ରାଇଭର। ଶୁଭମ୍ ମୃତ୍ୟୁବରଣ କରିବା ପୂର୍ବରୁ ପେନଦ୍ବାରା ନିଜ ଶର୍ଟର ହାତରେ ଏବଂ ହାତ ପାପୁଲିରେ କିଛି ଲେଖିଥିଲେ।
ହାତରେ ଲାଗିଥିବା ରକ୍ତ କାରଣରୁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ପୋଲିସ୍ ଏହି ମାମଲାରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

{"id":123429,"width":596,"height":268}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.