ବସନ୍ତ ପଣ୍ଡାଙ୍କୁ ମନ୍ତ୍ରୀ ପଦ ନ ମିଳିବାରୁ ଅଭିନବ ଢଙ୍ଗରେ କ୍ଷୋଭ ପ୍ରକାଶ, ନୃସିଂହନାଥ ଯାଇ ଲଣ୍ଡା ହେଲେ ଯୁବ ସମର୍ଥକ

Published By : Prameya-News7 Bureau | June 02, 2019 IST

ନୂଆପଡା ୨|୬: ପୂର୍ବରୁ ନୂଆପଡା ବିଧାନସଭା ମଣ୍ଡଳିରେ ବିଧାୟକ ତଥା ବିଜେପି ରାଜ୍ୟ ସଭାପତି ଭାବରେ କାର୍ଯ୍ୟ ତୁଳାଉଥିବା ବସନ୍ତ ପଣ୍ଡାଙ୍କୁ ଚଳିତ ସାଧାରଣ ନିର୍ବାଚନ ରେ କଳାହାଣ୍ଡି ସାଂସଦ ପ୍ରାର୍ଥି ଭାବରେ ଦଳ ଟିକେଟ୍ ଦେଇଥିଲା । ତେବେ ଜିତିଲା ପରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ନିଶ୍ଚୟ ବୋଲି ଭାବି ନେଇଥିଲେ ତାଙ୍କ ସମର୍ଥକ ।

{"id":118836}

ହେଲେ ଫଳ ଓଲଟା । ବସନ୍ତ ପଣ୍ଡାଙ୍କୁ ମନ୍ତ୍ରୀପଦ ମିଳିଲା ନାହିଁ । ଯାହାପାଇଁ ନୂଆପଡା ସିରତୋଲ ଗାଁର ମହେଶ ଦଣ୍ଡସେନା (ଗୋଲୁ) ନାମକ ଜଣେ ଯୁବ ସମର୍ଥକ ଅଭିନବ ଢଙ୍ଗରେ କ୍ଷୋଭ ପ୍ରକାଶ କରିବା ସହ ଦୁଃଖରେ ଲଣ୍ଡା ହୋଇଛନ୍ତି । ଏହା ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.