Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ମହାରାଷ୍ଟ୍ରରେ ଓଡିଆ ଯୁବକଙ୍କ ମୃତ୍ୟୁ, ଓଡିଶା ମୋ ପରିବାର ସହାୟତାରେ ଗାଁରେ ପହଞ୍ଚିଲା ମରଶରୀର

1/01/2021 at 3:17 PM

ଭଦ୍ରକ ୧।୧: କାମ କରିବା ପାଇଁ ଯାଇଥିଲେ । କିନ୍ତୁ ଦୁର୍ଘଟଣାରେ ମୃତ୍ୟୁ ହେଲା । ପରିବାରର ଆର୍ଥିକ ଅବସ୍ଥା ପାଇଁ ମରଶରୀର ଆଣିବା ପାଇଁ ସହଯୋଗ କରିଥିଲା ଓଡିଶା ମୋ ପରିବାର । ମହାରାଷ୍ଟ୍ରର ପୁନେରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକଙ୍କ ପାର୍ଥିବ ଶରୀରକୁ ଫେରାଇ ଆଣିଲା ଓଡ଼ିଶା-ମୋ ପରିବାର । ଭୁବନେଶ୍ବର ବିମାନବନ୍ଦରରେ ଓଡ଼ିଶା-ମୋ ପରିବାର ସଦସ୍ୟ ତଥା ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା ପାର୍ଥିବ ଶରୀର ଗ୍ରହଣ କରି ମୃତକଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଖପରପଦା ଗ୍ରାମର ଦେବାଶିଷ ପଣ୍ଡା ନାମକ ଯୁବକ ପୁନେରେ ରହି ଏକ ଲଜିଷ୍ଟିକ୍ କମ୍ପାନୀରେ କାମ କରୁଥିଲେ । ଡିସେମ୍ବର ୩୦ ତାରିଖ ଦିନ ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ଦେବାଶିଷଙ୍କ ମୃତଦେହ ଆଣିବା ପାଇଁ ପରିବାର ଅସମର୍ଥ ଥିଲେ । ଏହି ଖବର ଓଡ଼ିଶା-ମୋ ପରିବାରକୁ ଜଣାଇଥିଲେ । ମୃତକଙ୍କ ପାର୍ଥିବ ଶରୀରକୁ ଓଡ଼ିଶା ଫେରାଇ ଆଣିବାକୁ ବହୁ ଅସୁବିଧା ଉପୁଜୁଥିବା ଜଣାଇଥିଲେ ।

ଏହାପରେ ଓଡ଼ିଶା-ମୋ ପରିବାର ଓ ଓଡ଼ିଆ ମହାମଞ୍ଚର ସଭାପତିଙ୍କ ହସ୍ତକ୍ଷେପ ପରେ ମୃତ ଦେବାଶିଷଙ୍କ ପାର୍ଥିବ ଶରୀରକୁ ବିମାନ ଯୋଗେ ଓଡ଼ିଶା ଫେରାଇ ଆଣିଥିଲେ । ଭୁବନେଶ୍ୱର ବିମାନବନ୍ଦରରେ ଓଡ଼ିଶା-ମୋ ପରିବାର ସଦସ୍ୟ ତଥା ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ପାର୍ଥିବ ଶରୀରକୁ ତାଙ୍କ ପରିବାରକ ଲୋକଙ୍କୁ ହସ୍ତାନ୍ତର କରିଥିଲେ । ମୃତଦେହ ଭଦ୍ରକ ଜିଲ୍ଲାର ଆରଡି ଛକ ନିକଟ ରେ ପହଞ୍ଚିବା ପରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଛାତ୍ରନେତା ତଥାଗତ ସାମଲଙ୍କ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ମହତ୍ କାର୍ଯ୍ୟ ପାଇଁ ମୃତକ ଦେବାଶିଷଙ୍କ ପରିବାର ଲୋକେ ଓଡ଼ିଶା ମୋ ପରିବାର ଓ ଭଦ୍ରକ ଜିଲ୍ଲାର ବିଧାୟକ ତଥା ଓଡିଶା ମୋ ପରିବାରର ସଂଯୋଜକ ସଞ୍ଜୀବ ମଲ୍ଲିକଙ୍କୁ କୃତଜ୍ଞତା ଜଣାଇଥିଲେ ।

   Related Posts