ରାସ୍ତା କଡରେ ପଡଛି ଯୁବକଙ୍କ ମୃତଦେହ, ପଥରରେ ଛେଚି ହତ୍ୟା ସନ୍ଦେହ

Published By : Prameya-News7 Bureau | January 13, 2021 IST

ତେଲକୋଇ ୧୩।୧: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଶିବନାରାୟଣପୁର ଗୋଡା ଗାଁ ନାଳ ପାଖ ରାସ୍ତା କଡରେ ପଡଛି ଯୁବକଙ୍କ ମୃତଦେହ । ମୃତକ ହେଲେ ଶିବନାରାୟଣପୁର ଗୋଡା ଗାଁ ବାଲିସାହିର ମଧୁ ମୁଣ୍ଡା । ତାଙ୍କ ମୁଣ୍ଡରେ ଗଭୀର କ୍ଷତ ରହିଥିବା ବେଳେ ନାକରୁ ମଧ୍ୟ ରକ୍ତ ବାହାରୁ ଥିବା ଦେଖିବାକୁ ମିଳିଛି ।

ପଥରରେ ଛେଚି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି । ହତ୍ୟାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ପରିବାର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.