ଯୁବକଙ୍କ ମୃତଦେହ ଉଦ୍ଧାର, ଅଜଣା ଗାଡି ଧକ୍କାରେ ମୃତ୍ୟୁ ସନ୍ଦେହ

Published By : Prameya-News7 Bureau | February 05, 2020 IST

ତେଲକୋଇ ୫।୨: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଭିମକାଣ୍ଡ ଗାଁ କାଉଁରିଆକୁଆଁ ପୋଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ଲମ୍ବୋଦର ନାୟକ । ତାଙ୍କ ଘର କରଦାଙ୍ଗି ଗାଁ ଘୋଡାବେଡା ସାହିରେ ବୋଲି ଜଣାପଡିଛି ।

{"id":220235,"sizeSlug":"large"}

ଗତକାଲି ବାଇକ୍ ଯୋଗେ କୃଷ୍ଣପୁର ଗାଁରୁ ନିଜ ଘରକୁ ଫେରୁଥିବା ବେଳେ କୌଣସି ଅଜଣା ଗାଡି ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ରାସ୍ତା କଡରେ ତାଙ୍କ ମୃତଦେହ ପଡିଥିବା ଦେଖିଥିଲେ ସ୍ଥାନୀୟଲୋକ । ତାଙ୍କ ମୃତଦେହ ପଡିଥିବା ସ୍ଥାନରୁ କିଛି ଦୂରରେ ତାଙ୍କ ବାଇକ୍ ପଡିଥିବାର ଦେଖିବାକୁ ମିଳିଥିଲା । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.