ମନ୍ଦିର ନିକଟରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Published By : Prameya-News7 Bureau | July 23, 2020 IST

ଅନୁଗୋଳ ୨୩।୭: ଅନୁଗୋଳ ଜିଲ୍ଲା ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ଦେଉଳବେଡା ଶିବ ମନ୍ଦିର ନିକଟରୁ ଜନୈକ ଯୁବକଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣଙ୍କ ହେଲେ ଅଜୟ ନାୟକ । ତାଙ୍କ ବୟସ ୨୦ ବର୍ଷ । ତାଙ୍କ ଘର ସମଲ ଅଞ୍ଚଳରେ ହୋଇଥିଲା ବେଳେ ସେ ଏଠାରେ ବହୁ ଦିନ ଧରି ରହି ଆସୁଥିଲା । ମୃତ ଯୁବକଙ୍କ ମୁଣ୍ଡ  ଓ ଦେହରେ ଗଭୀର କ୍ଷତ ରହିଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ଗଟଣାର ତଦନ୍ତ କରିବା ସହ କିଛି ବ୍ୟକ୍ତିଙ୍କୁ ଥାନାକୁ ଆଣି ପଚାରା ଉଚାରା ଚଳାଇଛି ପୋଲିସ । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ମୃତ ଯୁବକ ଜଣଙ୍କ ଡ୍ରାଇଭର ଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.