ସ୍କୁଲ ପଛପଟ ବିଲରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟାକରି କେହି ଫିଙ୍ଗି ଦେଇଥିବା ସନ୍ଦେହ

Published By : Prameya-News7 Bureau | July 17, 2021 IST

ସୁନ୍ଦରଗଡ ୧୭।୭: ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ବଡ଼ଗାଁମାଲ୍ ସ୍କୁଲ ପଛପଟେ ଥିବା ଏକ ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ହତ୍ୟା କରି କେହି ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଶନିବାର ସକାଳେ ଗାଁ ଲୋକେ ବିଲକୁ ଯାଉଥିବା ବେଳେ ବିଲରେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ଦେଖିଥିଲେ ।

ଏହାପରେ ଲେଫ୍ରିପଡା ଥାନାକୁ ଜଣାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି ପୋଲିସ । ପୋଲିସର ପ୍ରାଥମିକ ତଦନ୍ତରୁ ଯାହା ଅନୁମାନ କରାଯାଉଛି ଯୁବକଙ୍କୁ କେହି ହତ୍ୟା କରି ପ୍ରମାଣ ନଷ୍ଟ କରିବା ପାଇଁ ବିଲରେ ଫିଙ୍ଗି ଦେଇଥିବା ଅନୁମାନ କରୁଛି ପୋଲିସ । ଏହାସହ ଯୁବକ ଜଣଙ୍କ ବଡଗାଁମାଲ୍ ଗ୍ରାମର ଡୁଲାମଣୀ ଦଣ୍ଡସେନା ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.