ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଗଣ୍ଡିରୁ ମୁଣ୍ଡ ହୋଇଛି ଅଲଗା

Published By : Prameya-News7 Bureau | August 10, 2020 IST

ବ୍ରହ୍ମପୁର ୧୦।୮: ରେଳଧାରଣାରୁ ଯୁବକଙ୍କ ମୃତଦେହ ଠାବ ହୋଇଛି । ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ବ୍ରହ୍ମପୁର ଗୁଡସ ରୋଡ୍ ନିକଟ ରେଳ ଧାରଣାରୁ ମୃତଦେହ ମିଳିଛି ମୃତଦେହ ।

ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ଗୁଡସ ରୋଡ୍ ନିକଟ ରେଳ ଧାରଣାରେ ଯୁବକଙ୍କ ମୁଣ୍ଡ ଗଣ୍ଡି ଅଲଗା ମୃତଦେହ ଦେଖିବାକୁ ମିଳିଥିଲା । ମୃତକ ହେଲେ ଗୋସାଣୀନୂଆଗାଁ ଦଶଘରିଆ ସାହିର ଲୋକନାଥ ସାହୁଙ୍କ ପୁଅ ସିମନ ସାହୁ । ପ୍ରେମ ଜନିତ କାରଣରୁ ସେ ଆତ୍ମହତ୍ୟା କରିଥିବା ବାପା ଲୋକନାଥ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଜିଆରପି ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.