କଲଭର୍ଟ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
19/03/2020 at 3:41 PM

ପାଟଣା ୧୯।୩: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ରାଜପଥ ଖିରେଇ ଟାଙ୍ଗିରି ନିକଟରେ ଏକ କଲଭର୍ଟ ତଳୁ ଜଣେ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ମୃତକ ପ୍ରଦୀପ କୁମାର ମହାନ୍ତ । ଚେନ୍ନାଇରେ ଏକ ଘୋରଇ କମ୍ପାନୀ ରେ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିଲେ ।

ଗତକାଲି ସେ ଘରକୁ ଫେରୁଥିଲେ । ଆଜି ସକାଳୁ ତାଙ୍କର କ୍ଷତ ବିକ୍ଷତ ମୃତ ଦେହ ରାସ୍ତାକଡ଼ ଏକ ଡାଇଭର୍ସନ ତଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କୁ କେହି ହତ୍ୟା କରି ଏଠାରେ ପକାଇଛନ୍ତି କିମ୍ବା ଦୁର୍ଘଟଣା ଯୋଗୁଁ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ଜଣାପଡି ନଥିବା ବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।